ଭୁବନେଶ୍ଵର: ୩୧ ମାର୍ଚ୍ଚ ହେଉଛି ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ସୁଭଦ୍ରା ଆବେଦନ କରିପାରିବେନି ମହିଳା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ସୁଭଦ୍ରା ଆବେଦନ କରିଥିବେ ସେମାନଙ୍କୁ ଏକକାଳୀନ ମିଳିବ ସୁଭଦ୍ରା ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ସେମାନେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏବେ ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି । ୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
କହିରଖୁଛୁ ଯେ, ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମାର୍ଚ୍ଚ ୬ରେ ମିଳିବ । ୬ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ । ବିଭିନ୍ନ କାରଣ ପାଇଁ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାଁନ୍ତି, ସେମାନେ ଏକାବେଳେ ଦୁଇଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ। ସେହିପରି, ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ ।
Comments are closed.