Latest Odisha News

BREAKING NEWS

ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାସ୍; ଏବେ ରାଜ୍ୟସଭାକୁ ଅପେକ୍ଷା

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଗୃହିତ ହେବା ପରେ ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ ରହିଛି ।

ଗତ ସୋମବାର ଦିନ ଏହି ବିଲ୍ ସପକ୍ଷରେ ସଂସଦରେ ୩୧୧ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ୍ ପଡିଥିଲା ।

ତେବେ ମଙ୍ଗଳବାର ଦିନ ଏହି ବିଲ୍ ରାଜ୍ୟସଭାରେ ଆଗତ ହେବାକୁ ଥିବା ବେଳେ ବିଜେପି ପକ୍ଷରୁ ଡିସେମ୍ବର ୧୦ ଓ ୧୧ ତାରିଖ ଲାଗି ରାଜ୍ୟସଭା ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ବିଲକୁ ଜେଡିୟୁ, ଶିବସେନା, ବିଜେଡି ଓ ୱାଇଏସଆର କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି ।

Leave A Reply

Your email address will not be published.