Latest Odisha News

BREAKING NEWS

155KM ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା, ହାଇଆଲର୍ଟରେ ଏହି ଦେଶ

ନୂଆଦିଲ୍ଲୀ: ମାଡ଼ି ଆସୁଛି ଭୟଙ୍କର ବାତ୍ୟା। ଦିଲ୍ଲୀ ଭଳି ଲୋକ ସଂଖ୍ୟା ଥିବା ଅଷ୍ଟ୍ରେଲିଆକୁ ବଡ଼ ସାଇକ୍ଲୋନ ଆସୁଛି। 155 କିଲୋମିଟର ପ୍ରତି ଘଣ୍ଟାରେ ମାଡ଼ି ଆସୁଛି ଏହି ବାତ୍ୟା। ଏହାକୁ ନେଇ ଅଷ୍ଟ୍ରେଲିଆ ଲୋକଙ୍କ ଭିତରେ ଭୟ ବଢ଼ିଛି। ଏହି ବାତ୍ୟାରୁ ବର୍ତ୍ତିବା ପାଇଁ ସେଠାକାର ଲୋକମାନେ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ଆଶଙ୍କା କରାଯାଉଛି। ବଡ଼ କଥା ହେଉଛି ଯେଉଁଠି ବାତ୍ୟା ମାଡ଼ ହେବ ବୋଲି ଅନୁମାନ କରାଯାଉଛି, ତାହା ହେଲା ଦେଶର ତୃତୀୟ ସର୍ବାଧିକ ଜନବହୁଳ ସହର ବ୍ରିସବେନ୍। ଆଶ୍ଚର୍ଯ୍ୟର କଥା, ସାଇକ୍ଲୋନିକ୍ ଷ୍ଟ୍ରୋମ ସହିତ ବନ୍ୟା ସ୍ଥିତି ମଧ୍ୟ ଆଶଙ୍କା କରାଯାଉଛି। ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଏହି ବାତ୍ୟା ଯୋଗୁ ପ୍ରବଳ ପବନ ବହିବା ସହ ହଠାତ୍ ବନ୍ୟାର ମଧ୍ୟ ଆଶଙ୍କା କରାଯାଉଛି।

ଅଷ୍ଟ୍ରେଲିଆକୁ ଆସୁଥିବା ବାତ୍ୟାର ନାଁ ହେଉଛି ସାଇକ୍ଲୋନ ଅଲଫେଡ୍। ସେଠାକାର ପାଣିପାଗ ବିଭାଗ କହିଛି ଯେ ଗୁରୁବାର ଦ୍ୱିପ୍ରହର ବେଳକୁ ପବନର ପେଗ ବଢ଼ିବ। 155 କିଲୋମିଟର ପ୍ରତି ଘଣ୍ଟାରେ ପବନର ବେଗ ରହିବ ବୋଲି ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଥିବାରୁ ବନ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ। ଅନେଇ ଅଷ୍ଟ୍ରେଲିଆ ଲୋକମାନେ ଏବେ ଭୟରେ ରହିଛନ୍ତି।

ଖବର ସରବରାହ ସଂସ୍ଥା ଏଏଫପି ଅନୁସାରେ, ଏହା କ୍ୟାଟେଗରୀ 2 ଲେବଲର ସାଇକ୍ଲୋନ। ଏଥିରେ ବଡ଼ ବଡ଼ ଗଛ ଓ ଘର ଭାଙ୍ଗିବାର ଯଥେଷ୍ଟ ଆଶଙ୍କା କରାଯାଉଛି। କୁଇନ୍ସଲ୍ୟାଣ୍ଡ ପ୍ରିମିୟର ଡେଭିଡ କ୍ରିସାଫୁଲୀ ଏବିସି ନ୍ୟୁଜକୁ କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କରୁଥିବା ସ୍ଥାନରୁ ଲୋକମାନଙ୍କୁ ଅନ୍ୟତ୍ର ପଳାଇବା ପାଇଁ ଅନୁରୋଧ କରିଛନ୍ତି। ବାତ୍ୟା ସମୟରେ ଘରୁ ନବାହାରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

Comments are closed.