ସୁକମା: CRPF କ୍ୟାମ୍ପ ନିକଟରେ IED ବିସ୍ପୋରଣ। ମାଓବାଦୀ ଖଞ୍ଜିଥିବା IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ ଘଟିଛି । ଘଟଣାରେ ଚାରି ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ CRPFର ଦୁଇ ଜଣ ଯବାନ ସମେତ ଜିଲ୍ଲା ପୋଲିସର ବୋମା ନିଷ୍କ୍ରିୟ ଟିମର ଦୁଇ ଜବାନ ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲାର ବେଜ୍ଜି ଥାନା ଏଲାର୍ମଡାଗୁ CRPF କ୍ୟାମ୍ପ ନିକଟରେ IED ନିଷ୍କ୍ରିୟ ବେଳେ ହୋଇଥିଲା ବିସ୍ପୋରଣ।
ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କୋଣ୍ଟାର ହସ୍ପିଟାଲକୁ ପଠାଯାଇଥିଲା । ପରେ ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦ କୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଛି। ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। CRPF 50 ବାଟାଲିୟନର ଯବାନ ମାଓ ଦମନ ଅପରେସନ ରେ ଯିବାବେଳେ ମାଓବାଦୀ ଖଞ୍ଜିଥିବା IED ସନ୍ଧାନ ମିଳିଥିଲା । ଏହାକୁ ନିଷ୍କ୍ରିୟ କରିବା ବେଳେ IED ବଡ଼ ଧରଣର ବିସ୍ପୋରଣ ହୋଇଥିଲା। ଆହତ ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।
ସୂଚନା ଥାଉକି, ଗତ ଏପ୍ରିଲ ମାସରେ ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ ହୋଇଥିଲା। କୋବ୍ରା ବାଟାଲିୟନର ଜଣେ ଯବାନ ଗୁରୁତର ହୋଇଥିଲା। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ସରଣ୍ଡା ଜଙ୍ଗଲରେ IED ବ୍ଲାଷ୍ଟ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାଗେର୍ଟ କରି ଆଇଇଡି ଖଞ୍ଜାଯାଇଥିଲା। ଫଳରେ କୋବ୍ରା ବାଟାଲିୟନ ଯବାନ ଅନୁଜ କୁମାର ଗୁରୁତର ହୋଇଥିଲେ। ତାଙ୍କର ଏକ ଗୋଡ ଛିଣ୍ଡିଯାଇଥିଲା। ଏହି ଘଟଣାର କିଛି ଦିନ ପରେ ଆଜି ପୁଣିଥରେ IED ବ୍ଲାଷ୍ଟ ହୋଇଛି।

