Latest Odisha News

ଯୁବରାଜ, ସଙ୍ଗକାରା, ଜୟବର୍ଦ୍ଧନେଙ୍କୁ ପଛରେ ପକାଇଲେ କୋହଲି, ରୋହିତ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ଖେଳିବା ପାଇଁ ପଡିଆରେ ପାଦ ଦେବା ମାତ୍ରେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଏକ ବଡ କୀର୍ତିମାନ ସ୍ଥାପନ କରିଛନ୍ତି । ସେମାନେ ସର୍ବାଧିକ ଥର ଆଇସିସି ଟ୍ରଫିର ଫାଇନାଲ ଖେଳିବାରେ ରେକର୍ଡ କରିଛନ୍ତି । ରୋହିତ ଓ କୋହଲି କ୍ୟାରିୟରର ୯ମ ଆଇସିସି ଫାଇନାଲ ଖେଳିଛନ୍ତି । ଏହା ପୂର୍ବରୁ ଯୁବରାଜ ସିଂ ଓ ରବୀନ୍ଦ୍ର ଜାଡେଜା ଭାରତ ପକ୍ଷରୁ ସର୍ବାଧିକ ୮ଟି ଫାଇନାଲ ଖେଳିଥିଲେ । ଶ୍ରୀଲଙ୍କାର କୁମାର ସଙ୍ଗକାରା ଓ ମାହେଲା ଜୟବର୍ଦ୍ଧନେ ଏମାନଙ୍କ ପଛକୁ ୭ଟି ଲେଖାଏଁ ଫାଇନାଲ ଖେଳିଛନ୍ତି ।

କ୍ରମାଗତ ୧୫ ଟସ ହାରିଲା ଭାରତ: ଭାରତୀୟ ଟିମ କ୍ରମାଗତ ୧୫ଥର ଟସ ହାରିଛନ୍ତିି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ, ଦକ୍ଷିଣ ଆଫ୍ରିିକା, ଶ୍ରୀଲଙ୍କା, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚରେ ଭାରତ ଟସ ହାରିଛି । ୨୦୧୩ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିବା ପରେ କୋହଲି ଓ ରୋହିତ ପୂନର୍ବାର ଫାଇନାଲ ମ୍ୟାଚ ଖେଳିଛନ୍ତି ।

Comments are closed.