ନୂଆଦିଲ୍ଲୀ: ଏବେ ମହିଳାଙ୍କ ମଧ୍ୟରେ ଗର୍ଭ ନିରୋଧକ ବଟିକା ଖାଇବା ସାଧାରଣ ହୋଇଗଲାଣି । ଅନାବଶ୍ୟକ ଗର୍ଭଧାରଣକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ଭାବେ ଏହାକୁ ଏବେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଏହି ଗର୍ଭ ନିରୋଧକ ବଟିକା? ଆସନ୍ତୁ ଜାଣିବା….
ବିଭିନ୍ନ ଗବେଷଣାରୁ ଆସିଥିବା ରିପୋର୍ଟ ଅନୁଯାୟୀ, ଜନ୍ମ ନିରୋଧକ ବଟିକାର ଅତ୍ୟଧିକ ସେବନ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଏହି ଗର୍ଭ ନିରୋଧକ ଔଷଧ ଖାଇବା ଦ୍ୱାରା ମସ୍ତିଷ୍କ ଭିତରେ ବିଭିନ୍ନ ପ୍ରକାରର ହରମୋନ ଅକାରଣରେ ନିର୍ଗତ ହୁଏ । ଯାହା ମହିଳାମାନଙ୍କୁ ଅତ୍ୟଧିକ ଚାପଗ୍ରସ୍ତ କରିପକାଏ ।
ତେବେ ଏହି ଔଷଧ ସେବନ ନୂଆ ନୁହେଁ । ଏହାର ଇତିହାସ ବହୁତ ପୁରୁଣା, ଏହି ଔଷଧଗୁଡ଼ିକ ପ୍ରାୟ ୬୫ ବର୍ଷ ତଳେ ମହିଳାଙ୍କ ପାଇଁ ବହାର କରାଯାଇଥିବା ଗବେଷଣାରୁ ଜଣାପଡିଛି । କିନ୍ତୁ ଯେଉଁ ମହିଳାମାନେ ଅଳ୍ପ ସମୟ ବ୍ୟବଧାନରେ ଏହାକୁ ବାରମ୍ବାର ସେବନ କରନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଥାଏ ।
ରିପୋର୍ଟ କହୁଛି, ୨୦୨୦-୨୦୨୧ ମଧ୍ୟରେ ଗର୍ଭନିରୋଧକ ବଟିକାର ବ୍ୟବହାର ୩୯% ରୁ ୨୦୨୧-୨୦୨୨ ମଧ୍ୟରେ ୨୭% କୁ ହ୍ରାସ ପାଇଛି । ଯାହା ଦର୍ଶାଉଛି, ଏହି ଔଷଧଗୁଡ଼ିକର ଲୋକଙ୍କ ମଧ୍ୟରେ ନକାରାତ୍ମକ ପ୍ରଭାବ ପକାଉଥିବାରୁ, ଏହାର ବ୍ୟବହାର ପ୍ରତି କିଛିଟା ସତର୍କତା ଆସିଛି । ଗତ ୪୦ ବର୍ଷ ଧରି ସ୍ତ୍ରୀ ରୋଗ ଉପରେ ଗବେଷଣା କରୁଥିବା ସ୍ୱିଜରଲ୍ୟାଣ୍ଡର ବାସେଲ ୟୁନିଭର୍ସିଟି ହସ୍ପିଟାଲର ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ଔଷଧଗୁଡ଼ିକର ନିରନ୍ତର ସେବନ ଚିଡିଚିଡାପଣ ଏବଂ ଚିନ୍ତା ଭଳି ସମସ୍ୟା ସୃଷ୍ଟି କରିଥାଏ ।
ତେବେ ୨୦୧୬ ମସିହାରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି, ଯେଉଁ ମହିଳାମାନେ ଇଷ୍ଟ୍ରୋଜେନ ଏବଂ ପ୍ରୋଜେଷ୍ଟେରନ ବଟିକା ନେଇଛନ୍ତି, ସେମାନଙ୍କର ଆଗାମୀ ୬ ମାସ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଉପରେ କିଛି ମାତ୍ରରେ ନକାରାତ୍ମକ ପ୍ରଭାବ ପଡ଼ିବ । ଯେଉଁ ମହିଳାମାନେ କେବଳ-ପ୍ରୋଜେଷ୍ଟୋଜେନ୍ କିମ୍ବା ‘ମିନି-ପିଲ୍’ ଖାଆନ୍ତି, ସେମାନଙ୍କଠାରେ ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ୮୦ ପ୍ରତିଶତ ଅଧିକ ଥାଏ । ୨୦୨୩ ମସିହାରେ କରାଯାଇଥିବା ଅନ୍ୟ ଏକ ଗବେଷଣାରୁ ଜଣାପଡିଛି, ଗର୍ଭନିରୋଧକ ବଟିକା ଖାଇବା ମାନସିକ ସ୍ୱାସ୍ଥ୍ୟ ପ୍ରତି ବଡ ବିପଦ ।
ଆଉ ସବୁଠୁ ବେଶୀ ଏହା ୧୫ ରୁ ୧୯ ବର୍ଷ ବୟସର ଯୁବତୀମାନେ ଏହାର ଶିକାର ହୁଅନ୍ତି । ଯେଉଁମାନେ ଏହି ବଟିକା ଅଧିକ ସେବନ କରନ୍ତି ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଶାରୀରିକ ବିକାଶରେ ପ୍ରତିବନ୍ଧକ ଏବଂ ଗର୍ଭଧାରଣରେ ମଧ୍ୟ ସମସ୍ୟା ଦେଖାଯାଏ ।
Comments are closed.