Latest Odisha News

BREAKING NEWS

ବରୁଣ, କୂଲଦୀପଙ୍କ ସ୍ପିନରେ ଘାଇଲା ହେଲା ନ୍ୟୁଜିଲାଣ୍ଡ

ଦୁବାଇ: ଚଳିତ ଚାମ୍ପିୟନ ଟ୍ରଫି କ୍ରିକେଟ ଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୫୨ ରନର ବିଜୟ ଲକ୍ଷ୍ୟ ରଖିଛି । ବରୁଣ ଚକ୍ରବର୍ତି ଓ କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ୱିକେଟ ହରାଥଇ ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା । ଉଭୟ ସ୍ପିନର ୨ଟି ଲେଖାଏଁ ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ଡାରେଲ ମିଚେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ୬୩ ଏବଂ ଶେଷ ଭାଗରେ ମାଇକେଲ ବ୍ରେସcୱେଲଙ୍କ ଅପରାଜିତ ୫୩ ରନ ଯୋଗୁ ୨୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା ।

ଗ୍ଲେନ ଫିଲିପ୍ସଙ୍କ ସହ ମିଚେଲ ୫୭ ଓ ବ୍ରେସୱେଲଙ୍କ ସହ ୪୭ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ରଚୀବ ରବୀନ୍ଦ୍ର (୩୭), ୱିଲ ୟଙ୍ଗ(୧୫) ଓ କେନ ୱିଲିୟମସନ ୧୧ ରନ କରିବାକୁ ସକ୍ଷମ ହୋଇଥିଲେ । ନ୍ୟୁଜିଲାଣ୍ଡ ଶେଷ ୧୦ ଓଭରରେ ୭୯ ରନ ସଂଗ୍ରହ କରିଥିଲା । ସାମୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଭାବହୀନ ବୋଲିଂ ଏବଂ ଖରାପ ଫିଲ୍ଡିଂ ଯୋଗୁ ଭାରତ ୨୦ରୁ ୩୦ ଅଧିକ ରନ ବ୍ୟୟ କରିଥିଲା । ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଂଟେନର ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Comments are closed.