ଭୁବନେଶ୍ବର: ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଦୁଇ ଦିନ ଧରି ହଙ୍ଗାମା କରିବା ସହ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା କଂଗ୍ରେସ । ଏନେଇ ଆଜି ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ ଦଳ । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ କଂଗ୍ରେସ କର୍ମୀ ।
ଅପରାଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ବିଗତ ୮ ମାସରେ ୧୬୦୦ ମହିଳା ନିର୍ଯାତିତା ହୋଇଛନ୍ତି । ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ସମ୍ମାନ ଦେଉଛି ବୋଲି ଦାବି କରୁଥିବା ଦଳ ମହିଳା ନିର୍ଯାତନାକୁ ରୋକିବାରେ ବିଫଳ ହୋଇଥିବା ଦଳ ଅଭିଯୋଗ ଆଣିଛି ।
Comments are closed.