Latest Odisha News

BREAKING NEWS

ଆଇପିଏଲ ବେଳେ ଚାଲିବନି ତମାଖୁ, ମଦ୍ୟପାନ ବିଜ୍ଞାପନ

ନୂଆଦିଲ୍ଲୀ: ଏଥର ଆଇପିଏଲରେ ତମାଖୁ ଏବଂ ମଦ୍ୟପାନ ଭଳି କୌଣସି ବି ନିଶା ଦ୍ରବ୍ୟ ବିଜ୍ଞାପନକୁ ପ୍ରୋତ୍ସାହିତ କରାଯିବ ନାହିଁ । ଏନେଇ କଡା ତାଗିଦ୍ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲକୁ ତମାଖୁ ଏବଂ ମଦ୍ୟପାନ ପ୍ରଚାରକୁ ନିଷେଧ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ଆସନ୍ତା ମାର୍ଚ୍ଚ ୨୨ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍, ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟ ସମୟରେ ସରୋଗେଟ୍ ବିଜ୍ଞାପନ ସମେତ ସମସ୍ତ ପ୍ରକାରର ତମାଖୁ ଏବଂ ମଦ୍ୟପାନ ପ୍ରଚାରକୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏନେଇ ଆଇପିଏଏ ଅଧ୍ୟକ୍ଷ ଅରୁଣ ଧୂମଲଙ୍କୁ ଚିଠି ଜାରି କରାଯାଇଛି । ଯେଉଁଥିରେ ଲେଖାଯାଇଛି, ଭାରତର ଯୁବପିଢ଼ିଙ୍କ ପାଇଁ କ୍ରିକେଟ ଖେଳାଳିମାନେ ଆଦର୍ଶ । ତେଣୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ପ୍ରକାରର ତମାଖୁ କିମ୍ବା ମଦ୍ୟପାନ ବିଜ୍ଞାପନ ସହିତ ସେମାନେ ଜଡିତ ହେବା ଉଚିତ୍ ନୁହେଁ ।

ତେଣୁ ଏଥିପାଇଁ ଆଇପିଏଲ ଷ୍ଟାଡିୟମ ପ୍ରତିଶ୍ରୁତି ମଧ୍ୟରେ, ସମସ୍ତ ପ୍ରକାରର ତମାଖୁ/ମଦ ବିଜ୍ଞାପନ, ସିଗାରେଟ ବିଜ୍ଞାପନ ସମେତ ସରୋଗେଟ୍ ବିଜ୍ଞାପନକୁ ନିଷେଧ କରିବା ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଉଚିତ । ପୂର୍ବରୁ ଖେଳ ଏବଂ ଏହା ସମ୍ବନ୍ଧିତ ଇଭେଣ୍ଟଗୁଡ଼ିକରେ ଜାତୀୟ ଟେଲିଭିଜନରେ ପ୍ରସାରଣ ସମୟରେ ଏହି ଚାଲେ । ହେଲେ ଜନସ୍ବାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ କ୍ରିକେଟରଙ୍କ ମଧ୍ୟ ଦାୟିତ୍ବ ରହିଛି । ତେଣୁ ତମାଖୁ, ମଦ୍ୟପାନ ସମ୍ବନ୍ଧୀୟ ପ୍ରତ୍ୟକ୍ଷ, ପରୋକ୍ଷ ବିଜ୍ଞାପନକୁ ନିଷେଧ କରିବାକୁ ନିର୍ଦ୍ଦେଶ ଜାରି କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

Comments are closed.