Latest Odisha News

‘ହମ୍ ଜିତ୍ ଗୟେ’, କାଜୋଲଙ୍କ ସିନେମା ସିନକୁ ସେୟାର କରି ଭାରତର ବିଜୟ ସେଲିବ୍ରେଟ କଲେ ଅଜୟ

ମୁମ୍ବାଇ: ଆଜି ଚାମ୍ପିୟନ୍ସ ହୋଇଛି ଭାରତ । ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫିର ମୁକୁଟ ପିନ୍ଧିଛନ୍ତି । ଦେଶରେ ଏବେ ଖୁସିର ଲହରି ଛାଇଛି । ଦୀର୍ଘ ୨୫ ବର୍ଷର ବଦଲା ପୂରଣ ହୋଇଥିବା ବେଳେ ପୁଣି ୧୨ ବର୍ଷ ପରେ ଘରକୁ ଫେରିଛି ଚାମ୍ପିୟନ୍ସ ଟ୍ରଫି । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ, ୪ ଓ୍ବିକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବିଜୟର ଟିକା ପିନ୍ଧିଛି ଭାରତ । ଆଉ ଏହାକୁ କ୍ରିକେଟ ପ୍ରଶସଂକ, ନେତାଙ୍କ ଠାରୁ ନେଇ ଅଭିନେତା ନିଜର ଶୁଭେଚ୍ଛା ସୋସିଆଲ ମିଡିଆରେ ଜଣାଇଛନ୍ତି ।

ଆଉ ଏହାରି ଭିତରେ ଅଭିନେତା ଅଜୟ ଦେବଗନ ଭାରତର ବିଜୟକୁ ପାଳନ କରିବା ପାଇଁ ନିଜ ଇନଷ୍ଟାଗ୍ରାମରେ ଏକ ସ୍ୱତନ୍ତ୍ର ପୋଷ୍ଟ ଜାରି କରିଛନ୍ତି । ଯାହାକୁ ନେଇ ନଷ୍ଟାଲଜିଆ ଅନୁଭବ କରିଛନ୍ତି ପ୍ରଶଂସକ  । ଅଭିନେତା ଅଜୟ ତାଙ୍କ ପତ୍ନୀ କାଜୋଲଙ୍କ ଫିଲ୍ମ ‘କଭି ଖୁସି କଭି ଗମ’ରୁ ଏକ କ୍ଲିପ ସେୟାର କରିଛନ୍ତି । ଆଉ ଯେଉଁଥିରେ ଅଜୟ ଦେବଗନ ଲେଖିଛନ୍ତି, ହମାରେ ଘର ମେ ଆଜ୍ ଭି ୟେହି ମାହୋଲ ହୈ… (ଆଜି ଆମ ଘରେ ସମାନ ପରିବେଶ ରହିଛି…ଅଭିନନ୍ଦନ ଟିମ୍ ଇଣ୍ଡିଆ ।

କ୍ଲିପ୍‌ରେ, କାଜୋଲଙ୍କ କଭି ଖୁସି କଭି ଗମ୍ର ଚରିତ୍ର, ଅଞ୍ଜଳି ଶର୍ମା ଭାବେ, ତ୍ରିରଙ୍ଗା ହଲାଇ କହୁଛନ୍ତି, ‘ହମ୍ ଜିତ ଗୟେ’, ଆମେ ଜିତିଗଲୁ । ଯାହା ସିନେମାର ଏକ ସିନ୍ ହୋଇଥିବା ବେଳେ, ସେଥିରେ ମଧ୍ୟ ଭାରତୀୟ ଦଳ ବିଜୟ ହାସଲ କରିଥିବାରୁ କାଜୋଲ ଖୁସିରେ ନାଚି ଉଠି, ଆମେ ଜିତିଗଲୁ ବୋଲି କହିଥିଲେ । ଯାହାକୁ ଅଜୟ ସେୟାର କରିବା ପରେ, ଫ୍ୟାନ୍ସ ମଧ୍ୟ ସମାନ ଅନୁଭବ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Comments are closed.