Latest Odisha News

ଅଭୟାରଣ୍ୟରେ ଅତର୍କିତ ଚଢ଼ାଉ: ୨ ଶିକାରୀ ଗିରଫ

ନୀଳଗିରୀ: କୁଳଡିହା ବନବିଭାଗ ପକ୍ଷରୁ ବାଘମପଡା ଵିଟ ଅଧିନରେ ଥିବା ଅଭୟାରଣ୍ୟରେ ଅତର୍କିତ ଚଢ଼ାଉ କରାଯାଇଛି। ଏହି ଘଟଣାରେ ଦୁଇ ଶିକାରୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କଠାରୁ ୪ଟି ବନ୍ଧୁକ ଓ ବନ୍ୟଜନ୍ତୁ ହାଡ଼ ବନବିଭାଗ ଜବତ କରିଛି।

ସୂଚନା ଅନୁସାରେ ହାତୀଖୁଲିଆ ନିକଟ ବାଘମପଡା ଵିଟ ଅଧିନରେ ଥିବା ଅଭୟାରଣ୍ୟରେ କିଛି ଶିକାରୀ ସକ୍ରିୟ ଥିବା ବନ ବିଭାଗ ଖବର ପାଇଥିଲା। ଡିଏଫଓଙ୍କ ନିର୍ଦେଶରେ ଏସିଏଫ ତଥା କୁଳଡିହା ରେଞ୍ଜରଙ୍କ ତତ୍ତ୍ବାବଧାନରେ ଏକ ଟିମ ଅଚାନକ ସେହି ଅଞ୍ଚଳରେ ଚଢ଼ାଉ କରିଥିଲେ।

ସୋର ଥାନା ଅଧିନ ଚିତାଶୂଳ ସରଳିଆ ଗାଁରୁ ଜିତୁ ପାତ୍ର ଓ ମଙ୍ଗୁଳି ସିଂ, ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪ଟି ବନ୍ଧୁକ ଓ ବ୍ୟାପକ ବନ୍ୟଜନ୍ତୁ ହାଡ଼ ଜବତ କରାଯାଇଛି। ସେହିଭଳି ଅନ୍ୟ ଜଣେ ଯୁବକ ଅଟକ ରଖାଯାଇ ଥିବା ବେଳେ ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

 

Comments are closed.