Latest Odisha News

BREAKING NEWS

ହୋଲିରେ ପଡୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶି ହେବେ ଧନବାନ୍..

ଭୁବନେଶ୍ବର: ଆଜି ଅର୍ଥାତ୍ ୧୫ ମାର୍ଚ୍ଚରେ ସୂର୍ଯ୍ୟ ମୀନ ରାଶିରେ ଚଳନ କରିବେ । ଏହାସହ ବୁଧ ଗ୍ରହଙ୍କ ସହ ଏକାଠି ହେବେ । ଫଳରେ ଏକବର୍ଷ ପରେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛୁ । ଏହି ରାଜଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ରାଜଯୋଗ ବେଶ୍ ଶୁଭ । ଆୟରେ ବୃଦ୍ଧି ହେବ । ସନ୍ତାନଙ୍କ ସହ ଜଡିତ ସୁଖ ପ୍ରାପ୍ତି ହେବ । ବ୍ୟବସାୟୀ ଲାଭ ପାଇବେ । ଟଙ୍କା ନିବେଶ କରି ମଧ୍ୟ ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ ।

ମିଥୁନ-ଏହି ରାଶି ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରିବେ । ଅଟକି ଥିବା କାର୍ଯ୍ୟ ସମ୍ପନ୍ନ ହେବ । ମାନସିକ ଚିନ୍ତା ଦୂର ହେବ । ଚାକିରୀରେ ପଦୋନ୍ନତି ହେବ । ଚାକିରୀ ଖୋଜୁଥିଲେ ମିଳିବାର ସୁଯୋଗ ରହିଛି । ବ୍ୟବସାୟୀଙ୍କୁ ନୂଆ କାମ ମିଳି ପାରେ ।

କୁମ୍ଭ- ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ପ୍ରଦାନ କରିବ । ହଠାତ୍‌ ଧନ ଆଗମନ ହେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଜୀବନରେ ସୁଖସମୃଦ୍ଧି ଆସିବ ଓ ବ୍ୟବସାୟୀଙ୍କୁ ଲାଭ ମିଳିବ ।

Comments are closed.