ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି। ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ ।
କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ଛୋଟଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ଥର ରସାୟନିକ ରଙ୍ଗ ଠାରୁ ଦୂରରେ ରହି ହର୍ବାଲ ରଙ୍ଗର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ‘ଏକ୍ସ’ ରେ ପୋଷ୍ଟ କରି କହିଛନ୍ତି, ‘ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି ପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଏହି ପର୍ବ ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ ।
Comments are closed.