Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆକାଉଣ୍ଟାଣ୍ଟ ଫିରୋଜ ଖାନଙ୍କୁ ଧରିଛି ଭିଜିଲାନ୍ସ।

ସ୍କୁଲ ୟୁନିଫର୍ମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ଲାଞ୍ଚ ନେଉଥିଲେ ଫିରୋଜ। ସେ ଜଣେ ଅଭିଯୋଗକାରୀଙ୍କଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ବଦଳରେ ଏବଂ ସରକାରଙ୍କ ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ୟୁନିଫର୍ମ ଯୋଗାଇଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବାକି ରାଶି ପ୍ରଦାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଆକାଉଣ୍ଟାଣ୍ଟ ଫିରୋଜ ଖାନ ରେଡ ହ୍ୟାଣ୍ଡ ଧରାପଡିଛନ୍ତି।

ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ଫିରୋଜଙ୍କ ସହିତ ଜଡିତ ବିଭିନ୍ନ ସ୍ଥାନରେ ତଲାସ କରାଯାଉଛି। ଅଭିଯୁକ୍ତ ମହମ୍ମଦ ଖାନଙ୍କ କାର୍ଯ୍ୟାଳୟ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

 

Comments are closed.