Latest Odisha News

BREAKING NEWS

ଚୀନର ‘ମାନସ୍’; ଲୋକଙ୍କ ଚାକିରି ନେବ କି ଏହି ଏଆଇ? 

ବେଜିଂ: ଡିପସିିକ ପରେ ଚୀନ୍ ଆଉ ଏକ ଏଆଇ ମଡେଲ୍ ମାନସ୍ ପ୍ରସ୍ତୁତ କରିଛି। ଯାହାକି ୱେବସାଇଟ୍ ତିଆରି କରିବା ଠାରୁ ଆରମ୍ଭ କରି ଆନିମେସନ୍ ମଧ୍ଯ କରିପାରିବ। ତେବେ ଏହାକୁ ତିଆରି କରିଥିବା ବଟରଫ୍ଲାଏ ଇଫେକ୍ଟ କମ୍ପାନୀ ଏହା ବିଶ୍ୱର ପ୍ରଥମ ସାଧାରଣ ଏଆଇ ଏଜେଣ୍ଟ ହୋଇଥିବା କଥା ଦାବି କରୁଛି।

ଯଦି ଆମେ ଏହାକୁ ଡିପସିକ୍ ସହ ତୁଳନା କରିବା ତାହେଲେ ଏହା ପାଖରେ ଅଧିକ ସ୍ୱାଧୀନ ଭାବରେ କାମ କରିବାର କ୍ଷମତା ରହିଛି।ତେବେ କିଛି ଲୋକ ଏହାକୁ ବିପଦପୂର୍ଣ୍ଣ ବୋଲି ମଧ୍ଯ ଭାବୁଛନ୍ତି କାରଣ ଏହାଦ୍ବାରା ଚାକିରି ଚାଲିଯିବାର ମଧ୍ଯ ଭୟ ରହୁଛି। ତେବେ ମାନସ ଏଆଇ ଗୋଟେ ଘଣ୍ଟା ମଧ୍ୟରେ ଏକ ୱେବସାଇଟ୍ ପ୍ରସ୍ତୁତ କରିଥିବାର ଏକ ଡେମୋ ଦେଖାଯାଇଥିଲା।

ମାନସ ଏଆଇ ପାଖରେ ଷ୍ଟକ୍ ବିଶ୍ଳେଷଣ କରିବାର ମଧ୍ଯ କ୍ଷମତା ଅଛି। ଏକ ଡେମୋରେ ଏହା ଟେସଲା ସମେତ ତିନୋଟି କମ୍ପାନୀର ଷ୍ଟକ୍ ବିଶ୍ଳେଷଣ କରି ଅଳ୍ପ ସମୟ ମଧ୍ୟରେ ଚାର୍ଟ, ଗ୍ରାଫ୍ ପ୍ରସ୍ତୁତ କରିବା ସହ ଗବେଷଣା କରି ଏହାର ଏକ ବିସ୍ତୃତ ବିଶ୍ଳେଷଣ ପ୍ରଦାନ କରିଥିଲା। ତେବେ ଏହା ଯେକୌଣସି ୱେବସାଇଟର ଏସଇଓ ମଧ୍ଯ ବିଶ୍ଳେଷଣ କରିପାରିବ।

ଏହା ଆନିମେସନଠାରୁ ଆରମ୍ଭ କରି ଗେମିଂ ଡିଜାଇନର 3D ମଡେଲ ପର୍ଯ୍ୟନ୍ତ ସବୁକିଛି ସୃଷ୍ଟି କରିପାରିବା ସହ ଖେଳର ଅପଡେଟ୍ ମଧ୍ୟ ୟୁଜର୍ ମାନଙ୍କ ପାଖକୁ ପଠାଇପାରିବ। ଏହା ବହି ପଢ଼ିବା ସହ ସାରାଂଶ ମଧ୍ଯ ଉପସ୍ଥାପନ କରିପାରୁଛି। ତେବେ ବର୍ତ୍ତମାନ ସମୟରେ ଏସବୁ ପାଇଁ ମଣିଷର ଆବଶ୍ୟକତା ପଡୁଛି।ତେବେ ଏହା ନିର୍ଦ୍ଦେଶକ୍ରମେ ସ୍ୱୟଂଚାଳିତ ଭାବରେ ମଧ୍ଯ କାର୍ଯ୍ୟ କରିପାରେ।

 

Comments are closed.