Latest Odisha News

BREAKING NEWS

ପିଇବା ପାଣି ପ୍ରକଳ୍ପରେ ବିଳମ୍ବ ହେଲେ ଏଫଆଇଆର

ଭୁବନେଶ୍ବର: ପିଇବା ପାଣି ପ୍ରକଳ୍ପରେ ଡେରି ହେଲେ ସିଧା ମାମଲା ରୁଜୁ ହେବ । ଠିକା କମ୍ପାନୀକୁ ବି ବ୍ଲାକ୍ ଲିଷ୍ଟେଡ୍ କରାଯିବ । ଆଜି ପାନୀୟ ଜଳ ପ୍ରକଳ୍ପ ନେଇ ଗୃହରେ କିଛି ଏପରି କଡା ଚେତାବନୀ ଦେଇଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାୟକ ।

ତେବେ ଯେତେବେଳେ ବିଜେଡି ବିଧାୟକ ରମେଶ ବେହେରା ପ୍ରକଳ୍ପ ଧିମା ଗତିରେ ଚାଲୁଥିବା ନେଇ ପ୍ରଶ୍ନ ଉଠାଇଥିଲେ, ସେତେବେଳେ ମନ୍ତ୍ରୀ ଏହାର କାରଣ କହି ପୂର୍ବ ସରକାରଙ୍କ ଉପରେ ବର୍ଷିଥିଲେ । ମନ୍ତ୍ରୀ କହିଥିଲେ, ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ, ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ଶେଷ ହୋଇଯାଇଥିଲା । ଘଟଣା ଜାଣିବା ପରେ ସରକାର ଫାଇନ୍‌ କରିଛନ୍ତି । ଏବେ ୭ ଦିନ ଭିତରେ କମ୍ପାନି ମୁଖ୍ୟଙ୍କୁ ଡକା ହୋଇଛି । ଠିକ୍‌ ସମୟରେ କାମ ନକଲେ କମ୍ପାନିକୁ ବ୍ଲାକ୍‌ ଲିଷ୍ଟ କରାଯିବା ସହିତ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବ ।

ଏହାସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,ପୂର୍ବରୁ ପାଇପ୍‌ ଥିଲା, ପାଣି ନଥିଲା । ଏବେ ପ୍ରତିଘରେ ପାଣି ନହେଲେ କାମ ସମାପ୍ତ ହୋଇଛି ବୋଲି ଧରାଯିବନି । କାମ ଧିମା ବିଷୟରେ ବିଭାଗ ଅବଗତ ଅଛି । ମାର୍ଚ୍ଚ ସୁଦ୍ଧା ୭୨ ପ୍ରକଳ୍ପ ହେବାର ଥିଲା କିନ୍ତୁ ୫୨ ପ୍ରକଳ୍ପ କାମ ସରିଛି । ଜୁନ୍‌ ସୁଦ୍ଧା ୭୨ ପ୍ରୋଜେକ୍ଟର କାମ ସରିବ । ସେହିପରି ୨୦୨୫ ସୁଦ୍ଧା ଆଉ ୪୦ ଟି ପ୍ରୋଜେକ୍ଟ ହେବ । ଏତିସହିତ ପାହାଡ଼ିଆ ଅଞ୍ଚଳରେ କେମିତି ପାଣି ପହଞ୍ଚିବ ସେନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.