ନୂଆଦିଲ୍ଲୀ: ଆଇପିଏଲରେ ଏ ଭଳି ଅନେକ ରେକର୍ଡ ରହିଛି ଯାହାକି ସହଜରେ ଭାଙ୍ଗି ନାହିଁ । ଏଥର ଆଶା କରାଯାଉଛି ଏହି ୧୦ ରେକର୍ଡ ଭାଙ୍ଗିବ । ଆସନ୍ତୁ ନଜର ପକାଇବା ଏହି ରେକର୍ଡଗୁଡିକ ଉପରେ.. ।
ସିଜନରେ ସର୍ବାଧିକ ରନ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବିରାଟ କୋହଲି ୨୦୧୬ ସିଜନରେ ୯୭୩ ରନ କରିଥିଲେ । ଆଇପିଏଲରେ ଗୋଟିଏ ସିଜନରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର ।
କ୍ରମାଗତ ବିଜୟ: ୨୦୧୪ ଓ ୨୦୧୫ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହାସଲ କରିଥିଲା । ୨୦୧୨, ୨୦୧୪ ଓ ୨୦୨୪ରେ କୋଲକାତା ଟାଇଟଲ ହାସଲ କରିଥିଲା ।
ଦ୍ରୁତ ଶତକ: ଆଇପିଏଲରେ ସବୁଠାରୁ ଦ୍ରୁତ ଶତକ ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି । ସେ ୨୦୧୩ରେ ୩୦ ବଲରେ ଶତକ ହାସଲ କରିଥିଲେ । ତାଙ୍କ ଇନିଂସରେ ୧୭ ଛକା ଓ ୭ ଚୌକା ମାରିଥିଲେ ।
ପଦାର୍ପଣରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ: ଆଇପିଏଲର ପଦାର୍ପଣ ମ୍ୟାଚରେ ଅଲଜାରୀ ଜୋସେଫ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳୁଥିବା ଜୋସେଫ ୨୦୦୮ରେ ହାଇଦ୍ରାବାଦ ବିପକ୍ଷରେ ୧୨ ରନରେ ୬ଟି ୱିକେଟ ନେଇଥିଲେ ।
ଦ୍ରୁତ ଅର୍ଦ୍ଧଶତକ: ଆଇପିଏଲ ଇତିହାସରେ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଯଶସ୍ୱୀ ଜୈସୱାଲଙ୍କ ନାମରେ ରହିଛି । ୨୦୨୩ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଯଶସ୍ୱୀ କେକେଆର ବିପକ୍ଷରେ ୧୩ ବଲରେ ଅର୍ଦ୍ଧଶତକ ମାରିଥିଲେ ।
ସର୍ବାଧିକ ଥର ହ୍ୟାଟ୍ରିକ: ଆଇପିଏଲ ଇତିହାସରେ ସର୍ବାଧିକ ଥର ହ୍ୟାଟ୍ରିକ ୱିକେଟ ହାସଲ ଅମିତ ମିଶ୍ରଙ୍କ ନାମରେ ରହିଛି । ସେ ୩ ଥର ହ୍ୟାଟ୍ରିକ ହାସଲ କରିଛନ୍ତି ।
ସର୍ବାଧିକ କ୍ୟାଚ: ଆଇପିଏଲ ଇତିହାସରେ ସର୍ବାଧିକ କ୍ୟାଚ ନେବା ରେକର୍ଡ ଏବି ଡିଭିଲର୍ସଙ୍କ ନାମରେ ରହିଛି । ସେ ୨୦୧୬ ସିଜନରେ ୧୯ କ୍ୟାଚ ନେଇଥିଲେ ।
ଗୋଟିଏ ମ୍ୟାଚରେ ସର୍ବାଧିକ ଛକା: କ୍ରିସ ଗେଲ ୨୦୧୩ରେ ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରିଛନ୍ତି । ପୁଣେ ୱାରିୟର୍ସ ବିପକ୍ଷରେ ସେ ୧୭୫ ରନର ଇନିଂସ ଖେଳିବା ଅବସରରେ ୧୭ ଛକା ମାରିଥିଲେ ।
ଗୋଟିଏ ଓଭରରେ ସର୍ବାଧିକ ରନ: କ୍ରିସ ଗେଲ ଓ ରବୀନ୍ଦ୍ର ଜାଡେଜା କୋଚି ଟସ୍କର୍ସର ପ୍ରଶାନ୍ତ ପରମେଶ୍ୱରନଙ୍କ ଓଭରରେ ୩୭ ରନ ସଂଗ୍ରହ କରିଥିଲେ । ଆଇପିଏଲ ଇତିହାସରେ ଗୋଟିଏ ଓଭରରେ ଏହା ସର୍ବାଧିକ ରନ ।
ବଡ ପାର୍ଟନରଶିପ: ଏବି ଡିଭିଲର୍ସ ଓ ବିରାଟ କୋହଲଇ ୨୦୧୬ ଆଇପିଏଲ ଇତିହାସରେ ସବୁଠାରୁ ବଡ ପାର୍ଟନରଶିପ ସଂଗ୍ରହ କରିଥିଲେ । ସେ ଗୁଜରାଟ ଲାୟନ୍ସ ବିପକ୍ଷରେ ୨୨୯ ରନ ଯୋଗ କରିଥିଲେ ।
Comments are closed.