Latest Odisha News

BREAKING NEWS

ଗୁଣିଗାରେଡି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ୩ ଜୀବନ

ଗଞ୍ଜାମ: ଅନ୍ଧବିଶ୍ବାସ ହେଲା କାଳ । ଗୁଣିଗାରେଡିକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି । ଘଟଣା ପରେ ଖାରିପଲ୍ଲୀ ଗାଁରେ ତୀବ୍ର ଉତ୍ତେଜନା ଦେଖାଯାଇଛି । ଘଟଣାସ୍ଥଳରେ ଆସିକା ଏସଡିପିଓଙ୍କ ସମେତ ବଡଗଡ ଓ ଧରାକୋଟ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁଣି ଗାରେଡ଼ି ସନ୍ଦେହରେ ବାପା ପୁଅଙ୍କୁ ହତ୍ୟା କରାଯାଇଛି । ମୃତ ବାପା ପୁଅ ହେଲେ ଖଦାଳ ବେହେରା, ରତ୍ନାକର ବେହେରା । ଅପର ପକ୍ଷରେ ବାପ ପୁଅର ପାଲଟା ଆକ୍ରମଣରେ ଚାରି ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ ଧରାକୋଟ ମେଡିକାଲରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଗ୍ରାମବାସୀ ଜଣଙ୍କ ହେଲେ ରମେଶ ବେହେରା ।

ଖବରମୁତାବକ, ତିନି ବର୍ଷ ପୂର୍ବରୁ ଗ୍ରାମବାସୀ ମାନେ ବାପା ପୁଅକୁ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମରୁ ବାସନ୍ଦ କରିଥିଲେ । ଏହି କାରଣକୁ ନେଇ ବାପ ପୁଅ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ରହିଥିଲା । ଆଜି ଗ୍ରାମବାସୀ ଓ ବାପା ପୁଅମାନଙ୍କ ଭିତରେ ବଚସା ହୋଇଥିଲା । ଫଳରେ ଗ୍ରାମବାସୀ ମାନେ ବାପା ପୁଅକୁ ଆକ୍ରମଣ କରିଥିଲେ । ତେବେ ଗ୍ରାମବାସୀଙ୍କୁ ପାଲଟା ଆକ୍ରମଣ କରିଥିଲେ ବାପା ପୁଅ । ଗ୍ରାମବାସୀଙ୍କ ଆକ୍ରମଣରେ ବାପା ପୁଅଙ୍କ ମୃତ ହୋଇଛି । ଏପଟେ ବାପା ପୁଅଙ୍କ ଆକ୍ରମଣରେ ମେଡିକାଲ୍ ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଗୁରୁତର ଧକରୋଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

 

Comments are closed.