Latest Odisha News

BREAKING NEWS

ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା, ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର

କଟକ: ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା । ଜବାବ ଦାଖଲ ପାଇଁ ସମୟ ନେଲେ ରାଜ୍ୟ ସରକାର । ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଲେ ହାଇକୋର୍ଟ । ଫେବ୍ରୁଆରୀ ୧୭ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ ପଞ୍ଜୀରକଣ ପାଇଁ ହୋଇଥିଲା ବିଜ୍ଞପ୍ତି । ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିଛି ଅନ୍ତରୀଣ ରହିତାଦେଶ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନା ଅନୁସାରେ, ରେରା ଆଇନ ଆସିବା ପୂର୍ବରୁ ଅର୍ଥାତ୍ ୨୦୧୭ ଫେବ୍ରୁଆରୀ ୧୯ ପୂର୍ବରୁ ତିଆରି ଆପାର୍ଟମେଣ୍ଟଗୁଡ଼ିକୁ ବିନା ପ୍ରତିବନ୍ଧକରେ ପଞ୍ଜୀକରଣ କରିବା ଲାଗି ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶନାମା ଉପରେ ହାଇକୋର୍ଟଙ୍କ ରହିତାଦେଶ ରହିଛି । ଅକ୍ୟୁପାନ୍ସି ସାର୍ଟିଫିକେଟ୍ ବା ଓସି ନ ଥିବା କାରଣରୁ ରାଜ୍ୟର ପ୍ରାୟ ୯୫ ଭାଗ ପୁରୁଣା କ୍ରେତା ସେମାନଙ୍କ ଆପାର୍ଟମେଣ୍ଟ କିଣାବିକା କରିପାରୁନାହାନ୍ତି। ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ସୂଚନା ଯୋଗ୍ୟ ଯେ, ୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍‌ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ୍‌ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ୍‌ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ।

Comments are closed.