Latest Odisha News

BREAKING NEWS

ଓପୋ ଆଣିଲା iPhone 16 Pro ଲୁକ୍ ର ଫୋନ୍; ମୂଲ୍ୟ ୧୭ହଜାରରୁ କମ୍

ଭୁବନେଶ୍ବର: ଓପୋ ଏକ ସାନଦାର୍ ଫୋନ୍ ଲଞ୍ଚ କରିଛି। ଯାହା ଆଇଫୋନ୍ 16 ପ୍ରୋ ପରି ଦେଖାଯାଉଛି । ଚାଇନିଜ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନ୍ ଓପୋ ଏ 5 ପ୍ରୋ ( Oppo A5 Pro) ନାଁରେ ଲଞ୍ଚ ହୋଇଛି । ଏହି ଫୋନରେ 5,800mAhର ଏକ ଦମଦାର ବ୍ୟାଟେରୀ ସହିତ ଅନେକ ସାନଦାର ଫିଚର ଅଛି । ଏହା ବ୍ୟତୀତ ଏହା IP68, IP69, IP66 ରେଟିଂ ସହିତ ଆସିଛି, ଏହାଦ୍ବାରା ଧୂଳି, ମାଟି, ପାଣିରେ ପଡିଲେ ଫୋନ୍ ନଷ୍ଟ ହେବ ନାହିଁ ।

କମ୍ପାନୀର ଏହି ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ – 8GB RAM + 128GB ଏବଂ 8GB RAM + 256GB । ଏହାର ବେସ୍ ଭାରିଆଣ୍ଟର ମୂଲ୍ୟ ହେଉଛି IDR ୩୦,୯୯,୦୦୦ (ପ୍ରାୟ ୧୬,୩୦୦ ଟଙ୍କା) । ସେହିପରି ଏହାର ଟପ୍ ଭାରିଆଣ୍ଟର ମୂଳ୍ୟ IDR ୩୪,୯୯,୦୦୦(ପ୍ରାୟ ୧୮,୪୦୦ ଟଙ୍କା)ରେ ଆସିଥାଏ । ଓପୋର ଏହି ଫୋନ୍ ମୋଚା ଚକୋଲେଟ୍, ମୋସ୍ ଗ୍ରୀନ୍ ଏବଂ ସ୍ଲିକ ନୀଳ ରଙ୍ଗରେ କିଣାଯାଇପାରିବ ।

Oppo ର ଏହି ଫୋନ୍ Qualcomm Snapdragon 662 ପ୍ରୋସେସରରେ କାମ କରେ । କମ୍ପାନୀର ଏହି ଫୋନ୍ 4G ନେଟୱାର୍କକୁ ସପୋର୍ଟ କରୁଛି । ଏଥିରେ ୮GB RAM ସହିତ ୨୫୬GB ଷ୍ଟୋରେଜ୍ ର ସପୋର୍ଟ ମିଳୁଛି । ଯାହାକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଏକ୍ସଟେଣ୍ଡ କରାଯାଇପାରିବ । ଫୋନରେ ୬.୬୭ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି । ଫୋନରେ LCD ସ୍କ୍ରିନ୍ ମିଳିଥାଏ, ଯାହା ୯୦Hz ହାଇ ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଏହି ଫୋନର ଡିସପ୍ଲେ ୧୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଫିଚରକୁ ସପୋର୍ଟ କରେ । ଏହାର ପ୍ରୋଟେକ୍ସନ୍ ପାଇଁ କର୍ଣ୍ଣିଂ ଗୋରିଲା ଗ୍ଲାସ୍ 7i ଉପଲବ୍ଧ ।

ଏହି ଫୋନରେ ୫,୮୦୦mAh ର ଦମଦାର୍ ବ୍ୟାଟେରୀ ରହିଛି । ଫୋନରେ ୪୫ W SuperVOOC ୱାୟର୍ଡ USB Type C ଚାର୍ଜିଂ ଫିଚର ରହିବ ।

Oppo A5 Pro ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଏବଂ LED ଫ୍ଲାସ୍ ଲାଇଟ୍ ଦିଆଯାଇଛି । ଏହି ଫୋନରେ ୫୦MPର ମେନ୍ କ୍ୟାମେରା ମିଳିବ । ଏହା ସହିତ ୨MPର ସେକେଣ୍ଡାରୀ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮MP ର କ୍ୟାମେରା ଦିଆଯାଇଛି ।

Comments are closed.