Latest Odisha News

BREAKING NEWS

ଆଇପିଏଲରେ ଏହି କାରଣ ଯୋଗୁ ଜାଡେଜା ଏକ ନମ୍ବର

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇପିଏଲର ଆଗାମୀ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଜାଡେଜା ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୧୨ତମ ସିଜନ ଖେଳିବାକୁ ଯାଉଛନ୍ତି । ଆଇପିଏଲର ଉଦଘାଟନୀ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯିବ । ରବିବାର ୫ ଥର ଲେଖାଏଁ ଟାଇଟଲ ହାସଲ କରିଥିବା ଚେନ୍ନାଇ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ହେବ । ଜାଡେଜା ଆଇପିଏଲ ଇତିହାସରେ ଏକମାତ୍ର ଖେଳାଳି ଭାବେ ୩୦୦୦ରୁ ଊର୍ଦ୍ଧ୍ୱ ରନ ଓ ୧୫୦ରୁ ଅଧିକ ୱିକେଟ ହାସଲ କରିିବାକୁ ଯାଉଛନ୍ତି । ୨୦୦୮ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜାଡେଜା ଆଇପିଏଲ ଡେବ୍ୟୁ କରିଥିଲେ ।

ଏହା ପରେ ସେ ୨୪୦ ଆଇପିଏଲ ମ୍ୟାଚ ଖେଳି ସାରିଛନ୍ତି । ସେ ୨୯୫୯ ରନ କରିଥିବା ବେଳେ ୧୬୦ ୱିକେଟ ନେଇଛନ୍ତି । ଆଉ ୪୧ ରନ କଲେ ୩୦୦୦ ରନ କ୍ଲବରେ ସାମିଲ ହେବେ । ଭାରତ ଟି୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଜାଡେଜା ରାଜସ୍ଥାନ, କୋଚି ଟସ୍କର୍ସ ଓ ଚେନ୍ନାଇ ପକ୍ଷରୁ ଖେଳିଛନ୍ତି ।

Comments are closed.