ଭୁବନେଶ୍ୱର: ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ (ସିଏଲଏସ୍) ସ୍ଥାପନ କରିବା ପାଇଁ ଯୋଜନା ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବୁଧବାର ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଦ୍ୱାରା ରେଳଟେଲ୍ ଏବଂ ଡେଲଏଟ୍ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା।
ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଉପରେ ଧ୍ୟାନ ଦେଇ ପ୍ରକଳ୍ପ ଅନୁମୋଦନ ପାଇଁ ଡିପିଆର ଶୀଘ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି କେବୁଲ ଲ୍ୟାଣ୍ଡିଂ ଷ୍ଟେସନର ବିକାଶ ପାଇଁ ପୁରୀ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ଭାବରେ ଉଭା ହୋଇଛି, ଯାହା ପ୍ରମୁଖ ଭୌଗୋଳିକ ସ୍ଥିତି, ଉପଯୁକ୍ତ ଉପକୂଳ, ଭବିଷ୍ୟତପାଇଁ ସୁଯୋଗ ଏବଂ ଦୃଢ ଭିତ୍ତିଭୂମି ଭଳି ପ୍ରମୁଖ ସୁବିଧା ପ୍ରଦାନ କରୁଛି।
Comments are closed.