Latest Odisha News

BREAKING NEWS

ଚଳିତ ବର୍ଷ କଲବଲ କରିବ ‘ଡବଲ୍ ହିଟୱେଭ’; ଆଇଏମଡିର ପୂର୍ବାନୁମାନ… 

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବାର ସମ୍ଭାବନା ରହିଛି। ଏହାକୁ ନେଇ ଆଇଏମଡି ଏକ ସତର୍କ ସୂଚନା ଜାରି କରିଛି। ସାଧାରଣତଃ ଗ୍ରୀଷ୍ମପ୍ରବାହ ୫ରୁ ୬ଦିନ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଚଳିତ ବର୍ଷ ଏହା ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। ଆଇଏମଡି ବୈଜ୍ଞାନିକ ସୋମା ସେନ ରାୟ ସୂଚନା ଦେଇ କହିଛନ୍ତି ଯେ ଏଥର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅଧିକ ଗରମ ହେବାର ସମ୍ଭାବନା ରହିଛି।

ତେବେ ୨୦୨୪ରେ ଭାରତରେ  ସବୁଠାରୁ ଅଧିକ ଗରମ ଅନୁଭୁତି ହୋଇଥିଲା। ଗତ ବର୍ଷ ଦେଶରେ ୫୫୪ ଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିଥିଲା। ଖାସକରି ସମତଳ ଅଞ୍ଚଳରେ ତାପମାତ୍ରା ଯେତେବେଳେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରେ ଅଥବା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ହୁଏ, ସେତେବେଳେ ଏହାକୁ ଗ୍ରୀଷ୍ମ ପ୍ରବାହ କୁହାଯାଏ।

ଅପରପକ୍ଷରେ ଆଇଏମଡି ପକ୍ଷରୁ ଫେବୃଆରୀରୁ ମେ ୨୦୨୫ ପର୍ଯ୍ୟନ୍ତ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ  ଦେଶର ତାପମାତ୍ରା ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ରହିବ। ଅପରପକ୍ଷରେ ଦକ୍ଷିଣ ଭାରତ ଏବଂ ଉତ୍ତର-ପୂର୍ବର କିଛି ଅଞ୍ଚଳରେ ତାପମାତ୍ରା ସାମାନ୍ୟ କମ୍ ରହିପାରେ। ଆଗକୁ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ତାପମାତ୍ରା ୧-୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ।

ତେବେ ରାଜସ୍ଥାନରୁ ଆସୁଥିବା ପବନ ଯୋଗୁଁ ତାପମାତ୍ରା ୩-୪ ଡିଗ୍ରୀ ହ୍ରାସ ପାଇପାରେ। ତେବେ ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୨୦-୩୦ କିଲୋମିଟର ରହିବ। ଯାହାର ପ୍ରଭାବରେ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଧୂଳିଝଡ଼ ହେବାର ମଧ୍ୟ ସମ୍ଭାବନା ରହିଛି।

Comments are closed.