ଭୁବନେଶ୍ବର: ଦେଶରେ ପପୁଲାର୍ ବାଇକ ରୟାଲ୍ ଏନଫିଲ୍ଡ (Royal Enfield ) ଦୀର୍ଘ ସମୟ ଅପେକ୍ଷା ପରେ ଆନୁଷ୍ଠାନିକ ଭାବରେ ଏହାର ନୂତନ ବାଇକ୍ କ୍ଲାସିକ୍ 650( Royal Enfield Classic 650) ବିକ୍ରି ପାଇଁ ଲଞ୍ଚ କରିଛି । ଆକର୍ଷଣୀୟ ଲୁକ ଏବଂ ପାଓ୍ବାରଫୁଲ ଇଞ୍ଜିନ ସହିତ ଆସିଥିବା ଏହି ବାଇକର ପ୍ରାରମ୍ଭିକ ମୂଲ୍ୟ ୩.୩୭ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ରେ ସ୍ଥିର ହୋଇଛି ।
କ୍ଲାସିକ୍ 650 ରେ 647.95ccର ଅଏଲ୍ କୁଲ୍ଡ ଇଞ୍ଚନ୍ ପାରାଲଲ ଟ୍ୱିନ୍ ଇଞ୍ଜିନ୍ ଅଛି, ଯାହା 7250 rpm ରେ 46.3 bhp ଏବଂ 5650 rpm ରେ 52.3 Nm ଟର୍କ ଦେଉଛି । ଏହି ଇଞ୍ଜିନ୍ 6-ସ୍ପିଡ୍ ଗିୟରବକ୍ସ ସହିତ ଆସିଛି । ଏହି ବାଇକ୍ ରେ ୧୪.୭ ଲିଟର କ୍ଷମତା ବିଶିଷ୍ଟ ଏକ ପେଟ୍ରୋଲ ଟାଙ୍କି ଦିଆଯାଇଛି ।
Royal Enfield Classic 650ର ପାଓ୍ୱାର Classic 350 ତୁଳନାରେ ଦିଇଗୁଣ ଅଧିକା । ନୂତନ କ୍ଲାସିକ୍ 650 ତିନୋଟି ମଡେଲରେ ଉପଲବ୍ଧ – ହଟ୍ରୋଡ୍, କ୍ଲାସିକ୍ ଏବଂ କ୍ରୋମ୍ । ହଟ୍ରୋଡ୍ର ମୂଲ୍ୟ ୩.୩୭ ଲକ୍ଷ ଟଙ୍କା ଏବଂ ଦୁଇଟି ରଙ୍ଗରେ ଆସେ – ଭାଲାମ ରେଡ ଏବଂ ବ୍ରୁଣ୍ଟିଙ୍ଗଥର୍ପେ ବ୍ଲୁ । କ୍ଲାସିକ୍ ଭାରିଆଣ୍ଟ ଟିଲ ରଙ୍ଗରେ ଆସିଥାଏ ଏବଂ ଏହାର ମୂଲ୍ୟ ୩.୪୧ ଲକ୍ଷ ଟଙ୍କା । ଟପ୍-ଅଫ୍-ଲାଇନ୍ କ୍ରୋମ୍ ଭାରିଆଣ୍ଟ ବ୍ଲାକ୍ କ୍ରୋମ୍ ରଙ୍ଗରେ ଆସିଥାଏ ଏବଂ ଏହାର ମୂଲ୍ୟ ୩.୫୦ ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ଅଟେ ।
ସୂଚନା ଅନୁଯାୟୀ, ଆଜି ରୟାଲ୍ ଏନଫିଲ୍ଡ କ୍ଲାସିକ୍ 650ର ଲଞ୍ଚ ସହିତ ବୁକିଂ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହାର ବିତରଣ ଏପ୍ରିଲ୍ ୨୦୨୫ରୁ ଆରମ୍ଭ ହେବ। ଏହି ବାଇକ୍ ଅନଲାଇନ୍ ଏବଂ ଅଫଲାଇନ୍ ଡିଲରସିପ୍ ମାଧ୍ୟମରେ ବୁକ୍ କରାଯାଇପାରିବ।
ନିର୍ମାତା ସେମି-ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ଟ୍ରିପଲ୍ ନେଭିଗେସନ୍, USB ଚାର୍ଜର, ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍, 18 ଏବଂ 19 ଇଞ୍ଚର ଏଲୋୟ ହ୍ବିଲ୍ସ, ଏଲଇଡି ହେଡଲାଇଟ୍, ଏଲଇଡି ଟେଲ ଲାଇଟ୍, ଗିୟର ପୋଜିସନ୍ ସୂଚକ ଭଳି ଫିଚର ପ୍ରଦାନ କରିଛି ।
Comments are closed.