ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଛି ବେଆଇନ ବାଲି ଘାଟ । ନାମକୁ ମାତ୍ର ଲିଜ୍ ନେଇ ମନ ଇଚ୍ଛା ଲୁଟି ଚାଲିଛନ୍ତି ଲିଜଧାରୀ । ଯାହା ଫଳରେ ଦିନକୁ ଦିନ ବିଗିଡିବାରେ ଲାଗିଛି ପରିବେଶ ପ୍ରଦ୍ୟୁଷଣ । ଅଭିଯୋଗ କଲେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ । ଏନେଇ ଯାଜପୁର ବ୍ଲକର ବନ୍ଧମୁଣ୍ଡା ଏବଂ କମଳପୁର ଅଞ୍ଚଳରେ ବେଇଆନ ବାଲି ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଗତକାଲି ଯୁବନେତା ସଂଗ୍ରାମ ପାତ୍ରଙ୍କ ନେତୃତ୍ବରେ ବେଆଇନ ବାଲି ଉଠା ଚାଲିଥିବା ବେଳେ ଘାଟ କୁ ବିରୋଧ କରିଥିଲେ ଗ୍ରାମବାସୀ । ତୁରନ୍ତ ଉକ୍ତ ଅଞ୍ଚଳ ରେ ବାଲି ଚୋରା ଚାଲାଣ ବନ୍ଦ କରିବା ଦାବି ରେ ଗ୍ରାମବାସୀ ଲଘୁ ଖଣି ବିଭାଗ ର ଦ୍ବାରସ୍ଥ ହୋଇଛନ୍ତି । ତୁରନ୍ତ ବାଲି ଚୋରା ଚାଲାଣ ବନ୍ଦ ନ ହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
Comments are closed.