ନୂଆଦିଲ୍ଲୀ : ୱାକଫ ବିଲ୍ ସଂପର୍କରେ ରାଜ୍ୟସଭାରେ ଆଲୋଚନା ବେଳେ ହଠାତ୍ ନେତାଙ୍କ କଥା କଟାକଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦଙ୍କଠାରୁ କଥା ଆରମ୍ଭ ହୋଇଥିବା ବେଳେ ନିର୍ମଳାଙ୍କ କ୍ରୋଧରେ କଥା ଶେଷ ହୋଇଥିଲା । କଂଗ୍ରେସ ସାଂସଦଙ୍କ କଥା ସରୁସରୁ ବିଜେପି ସାଂସଦ ରାଧାମୋହନ ଦାସ ଅଗ୍ରୱାଲଙ୍କ ଆଲୋଚନା ଆରମ୍ଭ ହୋଇଥିଲା ।
ନାସିର ହୁସେନଙ୍କୁ ଟାର୍ଗେଟ କରି ରାଧାମୋହନ କହିଥିଲେ ଯେ ତାଙ୍କ ଉପସ୍ଥିତିରେ କର୍ଣ୍ଣାଟକ ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ର ନାରା ଲାଗିଥିଲା । ସାଂସଦଙ୍କ ଏହି ଉକ୍ତି ପରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଅଭିଯୋଗ ଆଣିଥିଲେ ଯେ ରାଧାମୋହନ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଛନ୍ତି, ଯାହା ରାଜ୍ୟସଭାର ନିୟମବିରୁଦ୍ଧ। ଏକଥା ଶୁଣୁଶୁଣୁ ନିଜ ଦଳର ସାଂସଦଙ୍କ ସପକ୍ଷରେ କଡ଼ା ଯୁକ୍ତି ରଖିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।
ଏଇ କଥାକୁ ନେଇ ଗୃହ ମଧ୍ୟରେ ଜୋରଦାର ହୋହଲ୍ଲା କରିଥିଲେ ବିରୋଧୀ । ବିରୋଧୀଙ୍କ କଥା ଶୁଣି ହଠାତ୍ ରାଗିଯାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା । ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଥିଲେ । ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ହସ୍ତକ୍ଷେପ ପରେ ଗୃହ ସ୍ବାଭାବିକ ଭାବେ ଚାଲିଥିଲା । ଗୃହର ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି ଟିଭି ପରଦାରେ ଦର୍ଶକ କିନ୍ତୁ ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ ।
BREAKING NEWS
- ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନୀ ସେନା ପ୍ରବକ୍ତା, ଭିଡିଓ ଭାଇରାଲ…
- RBIରେ ଇଣ୍ଟର୍ନସିପ୍ର ବଡ଼ ସୁଯୋଗ, ମାସକୁ ମିଳିବ ଏତେ ଟଙ୍କା
- ବେଆଇନ କଫ୍ ସିରପ ଚୋରାଚାଲାଣ ମାମଲାରେ ୧୮୧ ଗିରଫ
- ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- Whatsappରେ ଯଦି ଏହି ଭୁଲ କରୁଛନ୍ତି ସିଧା ହୋଇଯିବ ଜେଲ୍, ଜାଣନ୍ତୁ ନିୟମ…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫:ମହିଳା ପ୍ରି କ୍ୱାର୍ଟରରେ ଉନ୍ନତି, ଅନମୋଲ, ତନଭି,ଅଦିତି
- ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ
- କିଟକୁ ମିଳିଲା ସିଆଇଆଇ ପୁରସ୍କାର…
- ତହସିଲଦାରଙ୍କ ଗାଡ଼ି ସିଜ୍ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା
- ମୋଦିଙ୍କ କାର୍ କାହିଁକି ହୋଇଥାଏ କଳା ରଙ୍ଗର ? ଜାଣନ୍ତୁ କାରଣ…
Comments are closed.