ନୂଆଦିଲ୍ଲୀ : ୱାକଫ ବିଲ୍ ସଂପର୍କରେ ରାଜ୍ୟସଭାରେ ଆଲୋଚନା ବେଳେ ହଠାତ୍ ନେତାଙ୍କ କଥା କଟାକଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସ ସାଂସଦଙ୍କଠାରୁ କଥା ଆରମ୍ଭ ହୋଇଥିବା ବେଳେ ନିର୍ମଳାଙ୍କ କ୍ରୋଧରେ କଥା ଶେଷ ହୋଇଥିଲା । କଂଗ୍ରେସ ସାଂସଦଙ୍କ କଥା ସରୁସରୁ ବିଜେପି ସାଂସଦ ରାଧାମୋହନ ଦାସ ଅଗ୍ରୱାଲଙ୍କ ଆଲୋଚନା ଆରମ୍ଭ ହୋଇଥିଲା ।
ନାସିର ହୁସେନଙ୍କୁ ଟାର୍ଗେଟ କରି ରାଧାମୋହନ କହିଥିଲେ ଯେ ତାଙ୍କ ଉପସ୍ଥିତିରେ କର୍ଣ୍ଣାଟକ ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ର ନାରା ଲାଗିଥିଲା । ସାଂସଦଙ୍କ ଏହି ଉକ୍ତି ପରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଅଭିଯୋଗ ଆଣିଥିଲେ ଯେ ରାଧାମୋହନ ବ୍ୟକ୍ତିଗତ ଭାବେ ଟାର୍ଗେଟ କରିଛନ୍ତି, ଯାହା ରାଜ୍ୟସଭାର ନିୟମବିରୁଦ୍ଧ। ଏକଥା ଶୁଣୁଶୁଣୁ ନିଜ ଦଳର ସାଂସଦଙ୍କ ସପକ୍ଷରେ କଡ଼ା ଯୁକ୍ତି ରଖିଥିଲେ ଗୃହମନ୍ତ୍ରୀ ଅମିତ ଶାହ ।
ଏଇ କଥାକୁ ନେଇ ଗୃହ ମଧ୍ୟରେ ଜୋରଦାର ହୋହଲ୍ଲା କରିଥିଲେ ବିରୋଧୀ । ବିରୋଧୀଙ୍କ କଥା ଶୁଣି ହଠାତ୍ ରାଗିଯାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା । ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଥିଲେ । ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ହସ୍ତକ୍ଷେପ ପରେ ଗୃହ ସ୍ବାଭାବିକ ଭାବେ ଚାଲିଥିଲା । ଗୃହର ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବି ଟିଭି ପରଦାରେ ଦର୍ଶକ କିନ୍ତୁ ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ ।
BREAKING NEWS
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?

Comments are closed.