ଭୁବନେଶ୍ବର: କମଳା ଶରୀରକୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ । ଏଥିରେ ଭିଟାମିନ୍ ସି, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଖଣିଜ ପଦାର୍ଥ ଭରପୁର ମାତ୍ରାରେ ରହିଛି । ଯଦି ଆପଣ ଗୋଟିଏ ମାସ ପାଇଁ ନିୟମିତ ଭାବରେ କମଳା ଖାଆନ୍ତି । ତେବେ ଆପଣ ଅନେକ ଲାଭ ପାଇବେ । ଆସନ୍ତୁ ଜାଣିବା ମାସେ ପର୍ଯ୍ୟନ୍ତ ନିୟମିତ କମଳା ଖାଇଲେ କ’ଣ ହେବ…
କମଳା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । କୋଲେଷ୍ଟ୍ରଲ କମ୍ କରିବା , ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ କମଳା । ଭିଟାମିନ୍ ଏ, ବି ଏବଂ ସି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫସଫରସ୍ ଏବଂ କୋଲାଇନ୍ ଭଳି ଅନେକ ପୋଷକତତ୍ତ୍ୱ ମିଳେ ଏହି କମଳାରୁ । କମଳା ସାଇଟ୍ରସ୍ ବର୍ଗର ଫଳ ହୋଇଥିବାରୁ ଏହାକୁ ଖାଇଲେ ଚର୍ମ, କେଶ ସୁନ୍ଦର ଓ ସୁସ୍ଥ ରହେ। ଏହା ତ୍ୱଚାକୁ ପ୍ରାକୃତିକ ଆର୍ଦ୍ରତା ପ୍ରଦାନ କରେ । ଭିଟାମିନ୍ ସି , କମଳାରେ ଭିଟାମିନ୍ ଡି ଏଥିରେ ମିଳେ; ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଋତୁକାଳୀନ ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ।
ଯଦି ଗୋଟିଏ ମାସ ପାଇଁ ନିୟମିତ କମଳା ଖାଇବା ତେବେ ଅନେକ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାଦ୍ବାରା ଭାଇରାଲ୍ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଓଜନ ହ୍ରାସ କରିବା ପାଇଁ ମଧ୍ୟ ଏହା ସହାୟକ । ଏଥିରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ମିଳେ । କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ବଦହଜମୀ ଭଳି ପାଚନ ସମସ୍ୟାରୁ ମୁକ୍ତି ମିଳିଥାଏ । ରକ୍ତରେ ଶର୍କରାସ୍ତର ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । କମଳାରେ ଥିବା ଭିଟାମିନ୍ B9 ନ୍ୟୁରୋଟ୍ରାନ୍ସମିଟର ବିକାଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
Comments are closed.