Latest Odisha News

BREAKING NEWS

ସ୍ତ୍ରୀର ନିର୍ଯାତନା ସହିନପାରି ଟ୍ରେନ ଆଗକୁ ଡେଇଁଲା ସ୍ୱାମୀ!

ଖୋର୍ଦ୍ଧା: ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ସେ ନିଜ ପତ୍ନୀଙ୍କୁ ଦାୟୀ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ରାମଚନ୍ଦ୍ର ବ଼ଡ଼ଜେନା । ଯିଏକି କୁମ୍ଭାରବସ୍ତାରେ ରହୁଥିଲେ। ସେ ଏକ ଭିଡିଓ ରେକର୍ଡ କରିଥିଲେ, ଯେଉଁଥିରେ ସେ ପତ୍ନୀ ରୂପାଲିଙ୍କ ଦ୍ୱାରା ମାନସିକ ନିର୍ଯାତନା ସହି ନପାରି ଏପରି ପଦକ୍ଷେପ ନେଉଥିବା କହିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରାମଚନ୍ଦ୍ର ଏହି ଭିଡିଓ କରିବା ପରେ ତପଙ୍ଗ ରେଳ ଲାଇନ ନିକଟରେ ଏକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ସୂଚନା ଅନୁସାରେ, ରାମଚନ୍ଦ୍ର ଓ ରୂପାଲିଙ୍କର ବିବାହ ହୋଇଥିଲା ଏବଂ ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି। କିଛି ବର୍ଷ ଧରି ରୂପାଲି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଓ ଘରୋଇ ଝଗଡ଼ା ଲାଗି ରହୁଥିବା ଅଭିଯୋଗ ହୋଇଛି।

ଘଟଣା ଜଣାପଡ଼ିବା ପରେ ପୋଲିସ ଓ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ତାଙ୍କ ପରିବାର ଶବ ଚିହ୍ନଟ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରାମଚନ୍ଦ୍ରଙ୍କ ବାପା-ମାଆ ମଧ୍ୟ ଏ ନେଇ ଏକ ଏତଲା ଦାୟର କରି ରୂପାଲି ଓ ତାଙ୍କ ପରିବାରକୁ ଆତ୍ମହତ୍ୟା ପାଇଁ ଉସକାଇ ଥିବା ଉଲ୍ଲେଖ କରିଛନ୍ତି । ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୦୮, ୩୫୧(୨) ଓ ୩(୫) ଅନୁସାରେ ମାମଲା ରୁଜୁ କରିଛି।

ରାମଚନ୍ଦ୍ରଙ୍କ ମାଆ ଅଭିଯୋଗରେ କହିଛନ୍ତି ଯେ ରୂପାଲି ବାରମ୍ବାର ଘର ଛାଡ଼ି ଲମ୍ବା ସମୟ ପାଇଁ ଚାଲିଯାଉଥିଲେ। ଯଦି ରାମଚନ୍ଦ୍ର ତାଙ୍କ ବାପଘରକୁ ନିୟମିତ ନ ଯାଉଥିଲେ, ତାଙ୍କୁ ଖରାପ ବ୍ୟବହାର କରାଯାଉଥିଲା। ସେ ଆହୁରି କହିଛନ୍ତି ଯେ ବାହାଘରର ସମସ୍ତ ଖର୍ଚ୍ଚ ସେମାନେ ବହନ କରିଥିଲେ ଓ ରୂପାଲିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଋଣ ଦେଇଥିଲେ। ଦୁଇ ବର୍ଷର ବୈହାହିକ ଜୀବନରେ ସେମାନେ ଅନେକ କଷ୍ଟ ସହିଛନ୍ତି ବୋଲି ସେ ଦୁଃଖ ପ୍ରକାଶ କରି ନ୍ୟାୟ ଦାବି କରିଛନ୍ତି।

Comments are closed.