ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଜି ରାଷ୍ଟ୍ରପତିଙ୍କ ଅନୁମୋନ ଲାଭ କରିଛି ୱାକଫ ସଂଶୋଧନ ବିଲ୍ । ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇଛି । ହେଲେ ଏହି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ବିରୋଧୀଙ୍କ ପକ୍ଷରୁ ୪ଟି ପିଟିସନ ଦାଖଲ କରାଯାଇଛି । ଯେଉଁଥିରେ ଏହି ବିଲ୍ ସମ୍ବିଧାନର ସଂରଚନା ଏବଂ ଏହାର ମୌଳିକ ଅଧିକାର ଉଲଘଂନ କରୁଛି ବୋଲି ଅଭିଯୋଗ କରାଯାଇ ଏହାକୁ ରଦ୍ଦ କରାଯାଉ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି, କ’ଣ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମଧ୍ୟ ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ? କ’ଣ ଏବେବି ଏହା ଉପରେ ବିଚାର ହେବ ନା ସେଠାରୁ ଏହି ବିଲ୍ ପ୍ରତ୍ୟାଖ୍ୟାନ କରାଯିବ ? ଯଦି ହେବ ତାହେଲେ ଆଧାର କ’ଣ ରହିବ ?
ତେବେ ଏହାକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ରୋହିତ ପାଣ୍ଡେଙ୍କ କହିବାନୁଯାୟୀ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମଧ୍ୟ ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ । ଚ୍ୟାଲେଞ୍ଜର ମୂଳ ଆଧାର ସମ୍ବିଧାନର ଧାରା ୩୨ ଅନୁଯାୟୀ ଏହା ଉପରେ ବିଚାର ହେବ । ଏହି ପ୍ରକ୍ରିୟାରେ ଭାରତର ପ୍ରଧାନ ବିଚାରପତି ନିଷ୍ପତ୍ତି ନେବେ କେଉଁ ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାର ଅଧିକାର ସମ୍ବିଧାନ ସମ୍ବନ୍ଧରେ ଆସେ ସେତେବେଳେ ସାମ୍ବିଧାନିକ ବୈଧତାର ପ୍ରସଙ୍ଗ ନେଇ ଏହାକୁ ଚ୍ୟାଲେଞ୍ଜ କରାଯାଇପାରିବ ।
ଧାରା ୩୨ ଅନୁଯାୟୀ ଏହି ଚ୍ୟାଲେଞ୍ଜ କରାଯାଏ । ଆଇନରେ ପରିଣତ ହେବା ପରେ ବି ଏହା ଉପରେ ସୁପ୍ରିମକୋର୍ଟଙ୍କ ସମୀକ୍ଷା କରିବାର ଅଧିକାର ରହିଛି । ଏପରି ଅନେକ ମାମଲା, CA-NRC ମାମଲା, ଧାରା ୩୭୦ର ଅପସାରଣକୁ ଭଳି ପ୍ରସଙ୍ଗ, ଯେଉଁଥିରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଯେଉଁଠାରେ ପୂଜାପାଠ ଆଇନକୁ ଚ୍ୟାଲେଞ୍ଜ କରାଯାଇଛି, ମାମଲା ବିଚାରାଧୀନ ଅଛି । ଏପରି ଅନେକ ମାମଲା ଅଛି ଯେତେବେଳେ ଏହାର ବୈଧତା ଚ୍ୟାଲେଞ୍ଜ, ସମ୍ବୀଧାନର ବିରୋଧରେ ପ୍ରସଙ୍ଗ ଯାଏ, ସେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡେ । ଏପରି ପରିସ୍ଥିତିରେ ସିଜେଆଇଙ୍କ ସମ୍ମୁଖରେ ଶୁଣାଣି ହୋଇଥାଏ ।
ୱାକଫ ବିଲ୍ ଏସସି ଦ୍ୱାରା ବାତିଲ ହୋଇପାରିବ କି?
ଯଦି କୌଣସି ବିଲ୍ ଆଇନରେ ପରିଣତ ହୋଇଯାଇଛି, ହେଲେ ସମ୍ବିଧାନ ଅନୁଯାୟୀ ଏଥିରେ କାର୍ଯ୍ୟ କରାଯାଇ ନାହିଁ, ତେବେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବେ । ଯଦି ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ, ତେବେ ବିଲକୁ ବାତିଲ କରିହେବ ଏବଂ ସେହି ଆଇନକୁ ମଧ୍ୟ ରଦ୍ଦ କରାଯିବ । ଯଦି ଧାର୍ମିକ ସ୍ୱାଧୀନତାର ଅଧିକାର ଉଲ୍ଲଂଘନ କରାଯାଉଛି, ଯଦି ସମ୍ବିଧାନରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ସମ୍ପ୍ରଦାୟକୁ ଦିଆଯାଇଥିବା ଅଧିକାର କ୍ଷୁର୍ଣ୍ଣ ହେଉଛି, ତେବେ ଏହାକୁ ବାତିଲ୍ କରିପାରିବେ ସୁପ୍ରିମକୋର୍ଟ ।
Comments are closed.