Latest Odisha News

BREAKING NEWS

ଅଜଣା ଗାଡି ଧକ୍କାରେ ୨ ମହିଳା ମୃତ

କଟକ: କଟକ ଜିଲ୍ଲାର ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ନିକଟରେ ରବିବାର ଦିନ ୨ ଜଣ ମହିଳା ଶୌଚ ସାରି ଫେରୁଥିବା ବେଳେ ଏକ ଅଜଣା ଦ୍ରୁତଗାମୀ ଗାଡି ସୋମନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି ।

ମୃତକ ଦ୍ୱୟଙ୍କ ନାମ ରଙ୍ଗବତୀ ସାହୁ ଓ ତାରା ନାୟକ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ ଆଜି ଭୋରରୁ ଉଭୟ ମହିଳା ସ୍ଥାନୀୟ ଏକ କେନାଲରୁ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଦ୍ରୁତଗାମୀ ଗାଡି ସୋମନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିକରି କଟକ-ନରସିଂହପୁର ରାସ୍ତାକୁ ଅବରୋଧ କରିଥିଲେ । ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।

ତେବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.