Latest Odisha News

BREAKING NEWS

୨୦୨୮ ଅଲିମ୍ପିକ୍ସ: କ୍ରିକେଟରେ ଅଂଶଗ୍ରହଣ କରିବେ ୬ଟି ଟିମ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ପୂନର୍ବାର କ୍ରିକେଟ ସାମିଲ ହେବାକୁ ଯାଉଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯିବ । ବୁଧବାର ଆୟୋଜକ କମିଟି ସ୍ପଷ୍ଟ କରିଛି ଯେ, ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ୬ଟି ଟିମ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ପଦକ ପାଇଁ ମୁକାବିଲା ହେବ । ପ୍ରତ୍ୟେକ ଟିମରେ ୧୫ଜଣ ଖେଳାଳି ରହିବେ । ଆଇସିସିରେ ଏବେ ୧୨ ନିୟମିତ ସଦସ୍ୟ ଓ ୯୪ ସହଯୋଗୀ ଦେଶ ରହିଛନ୍ତି । ୨୦୨୮ ଅଲିମ୍ପିକ୍ସ ପାଇଁ କ୍ୱାଲିଫିକେଶନ ପ୍ରକ୍ରିୟା କଣ ରହିବ ତାହା ଘୋଷଣା କରାଯାଇ ନାହିଁ ।

ଆୟୋଜକ ଦେଶ ଭାବେ ଆମେରିକା ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଅନ୍ୟ ୫ଟି ଦେଶ ନେଇ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରନ୍ତ । ୧୯୦୦ରେ ଶେଷ ଥର ପାଇଁ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା । ଗ୍ରେଟ ବ୍ରିଟେନ ଓ ଫ୍ରାନ୍ସ ମଧ୍ୟରେ ୨ ଦିିନିକିଆ ଟେଷ୍ଟ ମ୍ୟାଚର ଆୟୋଜିତ ହୋଇଥିଲା । ଅବଶ୍ୟ ଏହାକୁ ପରେ ମାନ୍ୟତା ମିଳି ନ ଥିଲା । ଲସ ଆଞ୍ଜେଲ୍ସ ଗେମ୍ସରେ ଏଥର ପ୍ରଥମ ଥର ପାଇଁ କ୍ରିକେଟ ସମେତ ବେସବଲ/ସଫ୍ଟବଲ, ଫ୍ଲାଗ ଫୁଟବଲ, ଲ୍ୟାକ୍ରେସ ସ୍କ୍ୱାଶକୁ ସାମିଲ କରାଯାଇଛି ।

Comments are closed.