Latest Odisha News

BREAKING NEWS

କ୍ରେଗ୍ ଏର୍ଭିନ୍‌ଙ୍କ ଐତିହାସିକ ଦ୍ୱିଶତକ: ୧୦୦ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ରଚିଲେ ଇତିହାସ

ଶାରଜା: ଶାରଜାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଜିମ୍ବାୱେର ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରେଗ୍ ଏର୍ଭିନ୍ ଏକ ଚିତ୍ତାକର୍ଷକ ଅପରାଜିତ ଦ୍ୱିଶତକ (୨୦୬) ହାସଲ କରିଛନ୍ତି । ଏହି ସଫଳତା ସହ ସେ ଟେଷ୍ଟ କ୍ରିକେଟ୍ ଇତିହାସରେ ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି ।  ଏର୍ଭିନ୍ ଗତ ୧୦୦ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟ୍‌ରେ ଦ୍ୱିଶତକ ମାରିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି । ଏରିକ୍ ରୋୱାନ୍ (ଦକ୍ଷିଣ ଆଫ୍ରିକା) ,୪୨ ବର୍ଷ ୬ ଦିନ (୧୯୫୧ରେ ଇଂଲଣ୍ଡ ବିପକ୍ଷରେ), ଜ୍ୟାକ୍ ହବ୍ସ (ଇଂଲଣ୍ଡ) ୪୧ ବର୍ଷ ୧୯୫ ଦିନ (୧୯୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ), କ୍ରେଗ୍ ଏର୍ଭିନ୍ (ଜିମ୍ବାୱେ) ୪୧ ବର୍ଷ ୮୨ ଦିନ (୨୦୨୬ରେ ଆଫଗାନିସ୍ତାନ ବିପକ୍ଷରେ) ବୟସ୍କ ଖେଳାଳି ଭାବେ ଏହି ସଫଳତା ହାସଲ କରିଥିଲେ ।

ଶାରଜା ଟେଷ୍ଟର ଶେଷ ଦିନରେ ଏର୍ଭିନ୍ ଧୈର‌୍ୟ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ୮୭ ବଲ୍‌ରେ ଅର୍ଦ୍ଧଶତକ, ୧୬୧ ବଲ୍‌ରେ ଶତକ, ୨୭୫ ବଲ୍‌ରେ ଦ୍ୱିଶତକ  ସେ ହାସଲ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ।  ଏହି ହାଇ-ସ୍କୋରିଂ ଟେଷ୍ଟ ମ୍ୟାଚ୍‌ଟି ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍‌ରେ ମୋଟ ୬ଟି ଶତକ ଏବଂ ୧ଟି ଦ୍ୱିଶତକ ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.