Latest Odisha News

BREAKING NEWS

ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ-ପାକିସ୍ତାନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ

ଶ୍ରୀନଗର: ଭାରତ ଏବଂ ପାକିସ୍ତାନର ସେନା ଗୁରୁବାର ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ରେ ଏକ ବ୍ରିଗେଡ କମାଣ୍ଡର ସ୍ତରୀୟ ଫ୍ଲାଗ୍ ମିଟିଂ କରିଥିଲେ । ଏଥିରେ ସୀମା ପରିଚାଳନା ସହ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଚଳିତ ମାସରେ ଏହା ଉଭୟ ପକ୍ଷ ମଧ୍ୟରେ ଦ୍ୱିତୀୟ ଏପରି ବୈଠକ । ଅଧିକାରୀମାନେ କହିଛନ୍ତି ଯେ ବୈଠକ ଚକନ-ଦା-ବାଗ କ୍ରସ-ପଏଣ୍ଟରେ ହୋଇଥିଲା ।

ଏହି ବୈଠକର ନେତୃତ୍ୱ ଉଭୟ ପକ୍ଷର ବ୍ରିଗେଡିୟର ସ୍ତରୀୟ ଅଧିକାରୀମାନେ ନେଇଥିଲେ । ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଉଭୟ ପକ୍ଷର ଡିଜିଏମଓଙ୍କ ମଧ୍ୟରେ ବୁଝାମଣା ଅନୁଯାୟୀ ଫ୍ଲାଗ ବୈଠକ ଏକ ନିୟମିତ ଏଲଓସି ଏବଂ ସୀମା ପରିଚାଳନା ପ୍ରକ୍ରିୟା ।

ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା

ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଗୁରୁବାରର ବୈଠକ ନିୟନ୍ତ୍ରଣ ରେଖାରେ ନିୟମିତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହୋଇଥିଲା । ଭାରତୀୟ ସେନା ଅଧିକାରୀମାନେ ମଧ୍ୟ ଅନୁପ୍ରବେଶ ପ୍ରୟାସ, ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆଇଇଡି ବିସ୍ଫୋରଣ ପ୍ରସଙ୍ଗ ସେମାନଙ୍କ ପ୍ରତିପକ୍ଷଙ୍କ ସହ ଉଠାଇଥିଲେ । ତାଙ୍କ ସମ୍ମୁଖରେ ପ୍ରତିବାଦ ମଧ୍ୟ ପ୍ରକାଶ କରିଥିଲେ । ଏପ୍ରିଲ ୨ ତାରିଖରେ ଚକକାନ-ଦା-ବାଗ କ୍ରସିଂ ପଏଣ୍ଟ ଅଞ୍ଚଳରେ ୭୫ ମିନିଟ୍ ଧରି ବ୍ରିଗେଡ କମାଣ୍ଡର ସ୍ତରୀୟ ଫ୍ଲାଗ୍ ମିଟିଂ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷ ସୀମାରେ ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା କରିଥିଲେ ।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଏପ୍ରିଲ ୧ ତାରିଖରେ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ପାକିସ୍ତାନୀ ସୈନ୍ୟମାନେ ଅକାରଣରେ ଗୁଳିଚାଳନା କରି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ ।

Comments are closed.