ନୂଆଦିଲ୍ଲୀ: KTM ଭାରତୀୟ ବଜାରରେ ଏହାର ନୂତନ ବାଇକ୍ 390 Enduro R ଲଞ୍ଚ କରିବାକୁ ପ୍ରସ୍ତୁତ। ଏହି ବାଇକଟି ୩୯୦ ଆଡଭେଞ୍ଚରର ନୂତନ ଜେନେରେସନ ମଡେଲ ପରି । ଏହା ଏକ ଅଫ୍-ରୋଡ୍ କେନ୍ଦ୍ରିତ ବାଇକ ହୋଇଥିବାବେଳେ ଏଥିରେ ନୂଆ KTM 390 Adventureର ଅଧିକାଂଶ ପାର୍ଟକୁ ବ୍ୟବହାର କରାଯାଇଛି । KTM India ନିଜର ନୂଆ 390 Enduro R ବାଇକ୍କୁ ଆସନ୍ତାକାଲି (ଏପ୍ରିଲ ୧୧)ରେ ଲଞ୍ଚ କରିବାକୁ ଯାଉଛି ।
ଏହି ନୂତନ KTM ମୋଟରସାଇକେଲରେ 390 Duke ଭଳି 399cc, ସିଙ୍ଗଲ୍-ସିଲିଣ୍ଡର, ଲିକ୍ୱିଡ୍-କୁଲ୍ଡ LC4c ଇଞ୍ଜିନ୍ ଅଛି। ବାଇକ୍ର ଏହି ଇଞ୍ଜିନ୍ 45.3 bhp ପାୱାର ଏବଂ 39 Nm ଟର୍କ ଉତ୍ପାଦନ କରେ। ଏହି ମୋଟରସାଇକେଲର ଇଞ୍ଜିନ ସହିତ ଏକ 6-ସ୍ପିଡ୍ ଗିଅରବକ୍ସ ମଧ୍ୟ ଦିଆଯାଇଛି।ଏହା ଏକ ଅଫ୍-ରୋଡ ମୋଟରସାଇକେଲ ହୋଇଥିବାରୁ ଏଥିରେ 285ମିମିର ଛୋଟ ଫ୍ରଣ୍ଟ ଡିସ୍କ ବ୍ରେକ୍ ଲଗାଯାଇଛି ।
ଏହି ମୋଟସାଇକେଲର ମୁଖ୍ୟ ଫ୍ରେମ ଓ ସ୍ବିଙ୍ଗଆର୍ମ ଲାଟେଷ୍ଟ ଜେନେରେସନ 390 ଆଡଭେଞ୍ଚର ପରି ରହିଛି । ଏହି ବାଇକ୍ରେ 4.2 ଇଞ୍ଚର TFT ଡିସପ୍ଲେ ରହିଛି ।ଯାହା ଦ୍ବାରା ମ୍ୟୁଜିକ୍, କଲ୍ ଓ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ ଲାଗି ସ୍ମାର୍ଟଫୋନ କନେକ୍ଟିଭିଟି ମିଳିବ । ମୋଟରସାଇକେଲର ଦୁଇଟି ସ୍ବତନ୍ତ୍ର ରାଇଡିଂ ମୋଡ୍ Street ଓ Off-Road ଦିଆଯାଇଛି ।

ନୂତନ KTM 390 Enduro R ର ମୂଲ୍ୟ ପ୍ରାୟ ୩.୨ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ହୋଇପାରେ, ଯାହା 390 Adventure X ଏବଂ 390 Adventure S ର ପ୍ରାଇସ ରେଞ୍ଜ ମଧ୍ୟରେ ରହିବ। ଏହି ମୋଟରସାଇକେଲର ଅଫ୍-ରୋଡ୍ ଫିଚର ଯୋଗୁଁ, ଭାରତୀୟ ବଜାରରେ ଏହି ବାଇକ୍ ର କୌଣସି ପ୍ରତିଦ୍ୱନ୍ଦ୍ୱୀ ମୋଟରସାଇକେଲ୍ ନାହିଁ।
ଭାରତୀୟ ବଜାରରେ ଲଞ୍ଚ ହେବାକୁ ଥିବା KTM 390 Enduro R ରେ 390 Adventure S ପରି ଏକ ସସପେନସନ୍ ସେଟଅପ୍ ରହିବ। ଏହି ବାଇକ୍ର ଆଗ ଭାଗରେ 205 mm ସସପେନସନ୍ ଏବଂ ପଛ ଭାଗରେ 200 mm ସସପେନସନ୍ ରହିବ। ଅନ୍ୟପକ୍ଷରେ, ଗ୍ଲୋବାଲ୍-ସ୍ପେକ୍ ମଡେଲରେ 230 mm ସସପେନସନ୍ ରହିଛି। ଏହି ଆନ୍ତର୍ଜାତୀୟ ମଡେଲର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୭୨ ମିମି ଓ ଭାରତରେ ଲଞ୍ଚ ହେବାକୁ ଥିବା ଏହି ବାଇକ୍ର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୫୩ ମିମି ରହିବ।
Comments are closed.