Latest Odisha News

BREAKING NEWS

ପରଦାରେ ଶ୍ରୁତି ମହାପାତ୍ରଙ୍କ ସଂଘର୍ଷର କାହାଣୀ ‘ପାଦେ ଆକାଶ’

ଭୁବନେଶ୍ବର: ପରଦାରେ ‘ପାଦେ ଆକାଶ’ । ଶୁକ୍ରବାର ସିନେମା ହଲରେ ମୁକ୍ତିଲାଭ କରିଛି ଫିଲ୍ମ ‘ପାଦେ ଆକାଶ’ । ସତ୍ୟ ଘଟଣା ଉପରେ ଆଧାରିତ ସିନେମା ପାଦେ ଆକାଶ, ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନର ଏକ ଅଲିଭା କାହାଣୀ । ଯେଉଁଥିରେ ଶ୍ରୁତିଙ୍କ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । କିପରି ଜଣେ ମହିଳା ନିଜ ଜୀବନରେ ଏତେ ସଂଘର୍ଷ କରି, ସଫଳତାର ଶୀର୍ଷରେ ଅଛି, ତାକୁ ବେଶ୍ ନିଖୁଣ ଭାବେ ସିନେମାରେ ଚିତ୍ରଣ କରାଯାଇଛି ।

ତେବେ ତରଙ୍ଗ ସିନେପ୍ରଡକ୍ସନ ପ୍ରଯୋଜିତ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ପାଦେ ଆକାଶ’ ଆପଣଙ୍କୁ ବି କନ୍ଦାଇଦେବ ।  ଶ୍ରୁତି ତାଙ୍କ ଜୀବନରେ କିପରି ବଡ ବଡ ଅଟ୍ଟାଳିକା ପାର୍ କରି ସେ ବଣ ମଲ୍ଲି ପାଖରେ ପହଞ୍ଚିଛନ୍ତି, ତାହା ଆପଣଙ୍କୁ ସ୍ତବ୍ଧ କରିବ । ଜୀବନରେ ଶୀର୍ଷରେ ପହଞ୍ଚିବାକୁ ହେଲେ କଷ୍ଟ ତ ସମସ୍ତେ କରନ୍ତି, ହେଲେ ତାଙ୍କର ଏହି ସଂଘର୍ଷ ଭରା ଜୀବନ, ଆଇଏଏସ ଅଫିସରର ସ୍ପପ୍ନରୁ ହ୍ବିଲ ଚେୟାର ଯାତ୍ରା, କଠୋର ସଂଘର୍ଷ ଭିତରେ ତଥାପି ହାରି ନାହାନ୍ତି ଡକ୍ଟର ଶ୍ରୁତି ମହାନ୍ତି । ତାକୁ ନେଇ ପୂରା ସିନେମା ।

ତେବେ ଏହି ସିନେମାରେ ଅର୍ଚ୍ଚିତା ସାହୁଙ୍କ ବ୍ୟତୀତ, ବଲିଉଡ ଅଭିନେତା ରାଜେଶ ଜୈସ, ଓଲିଉଡ ଅଭିନେତ୍ରୀ ସ୍ମିତା ମହାନ୍ତି, ଅଙ୍କିତ୍ କୁମାର, ହର ରଥ ପ୍ରମୁଖ ଚରିତ୍ରରେ ନଜର ଆସିଛନ୍ତି । ପାଦେ ଆକାଶର ସୁଟିଂ ହରିଦ୍ୱାର, ଦିଲ୍ଲୀ, ଉତ୍ତରାଖଣ୍ଡ ସମେତ କଟକ ଓ ଭୁବନେଶ୍ୱରରେ ହୋଇଛି । ସିନେମାରେ ସୁଶାନ୍ତ ମଣି ନିର୍ଦ୍ଦେଶନା ଭାର ସମ୍ଭାଳି ଥିବାବେଳେ ଲିରିକ୍ସରେ ରହିଛନ୍ତି ବିଜୟ ମଲ୍ଲ । ମ୍ୟୁଜିକ କମ୍ପୋଜ କରିଛନ୍ତି ପ୍ରେମ ଆନନ୍ଦ ।

Comments are closed.