Latest Odisha News

BREAKING NEWS

‘ପାଣ୍ଡିଆନଙ୍କୁ ସମର୍ଥନ କରି ଗଲା ନବୀନଙ୍କ ଲୋକପ୍ରିୟତା’- ପ୍ରସନ୍ନ

ଭୁବନେଶ୍ବର: ‘ବିଜେଡି ଦଳରେ ଆଉ କ’ଣ ଅଛି ଯେ, ତାକୁ ଗଢିବେ ? ପାଣ୍ଡିଆନ୍ ଆସିବା ଦିନଠୁ ଦଳ ଧ୍ବଂସ ହୋଇସାରିଛି’-କିଛି ଏପରି କହି ପାଣ୍ଡିଆନ ଏବଂ ନବୀନଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ।

ବିଜେଡିର ସ୍ଥିତି ଏବେ ଦୁର୍ବିସହ ଭିତରକୁ ଠେଲି ହେଉଥିବା ବେଳେ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ଦଳ ଛାଡିଯାଇଥିବା ନେତା ସମସ୍ତେ, ଏବେ ବିଜେଡିକୁ କଡା ଭାଷାରେ ସମୋଲୋଚନା କରୁଛନ୍ତି । ଗତକାଲି ବରିଷ୍ଠ ବିଜେଡି ନେତା, ପ୍ରଫୁଲ୍ଲ ମଲ୍ଲିକ୍, ନୃସିଂହ ସାହୁ ଏବଂ ପ୍ରଭାତ ତ୍ରିପାଠୀଙ୍କ ପରେ ବିସ୍ଫୋରକ ବୟାନ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପୂର୍ବରୁ ଦଳରେ ଥାଇ ଭୁକ୍ତଭୋଗୀ ସାଜିଥିବା ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଆଜି କଡା ଭାଷାରେ ବୟାନ ରଖିଛନ୍ତି ।

କହିଛନ୍ତି, ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି । ପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନ । ଦଳରେ କ’ଣ ଅଛି ଯେ, ଦଳ ଗଢ଼ିବେ? । ପାଣ୍ଡିଆନ ଆସିବା ଦିନଠୁ ଦଳ ଧ୍ବଂସ ହୋଇଗଲା । ନବୀନ ପାଣ୍ଡିଆନଙ୍କୁ ସମର୍ଥନ କରିଥିବାରୁ ତାଙ୍କର ମାର୍କେଟ ଗଲା । ମୁଁ ଦଳରେ ଥିବା ବେଳେ ପ୍ରଥମେ ପାଣ୍ଡିଆନଙ୍କୁ ବରୋଧ କରିଥିଲି । ବିଜେଡି ଦଳରେ ଏବେବି ଷଡ଼ଯନ୍ତ୍ର ଚାଲିଛି । ମୋ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିଲେ । ଏଥିସହିତ ନେତାଙ୍କୁ ତାଗିଦ୍ କରିବା ପ୍ରସଙ୍ଗରେ କହିଛନ୍ତି, ନେତାଙ୍କୁ ତାଗିଦ୍‌ କରିବାର ଅଧିକାର କାହାର ନାହିଁ । ପ୍ରଭାତ ତ୍ରିପାଠୀଙ୍କ ପ୍ରସଙ୍ଗରେ ନବୀନ ଏପରି କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରସନ୍ନ । ପାଣ୍ଡିଆନଙ୍କ ଯୋଗୁଁ ଦଳ ହାରିଛି, ବାରମ୍ବାର ତାହା କହିବାକୁ ଚାହୁଁନି ।

ପ୍ରସନ୍ନ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ପାଣ୍ଡିଆନ ଟିକେଟ ବଣ୍ଟନ କରନ୍ତି । ମୁଁ ଚିଲିକାରୁ ଟିକେଟ୍ ଚାହୁଥିଲି । ଶେଷ ସମୟରେ ଦେଲେନାହି; । ବିଜେଡି ନେତା ଅଣନିଃଶ୍ବାସୀ ହୋଇଗଲେଣି । ପାଣ୍ଡିଆନଙ୍କ ପା୍‌ରେ ଏମିତି କ’ଣ ଅଛି କେଜାଣି ତାଙ୍କୁ ନବୀନ ଡରୁଛନ୍ତି । ରାଜନୀତିରୁ ସନ୍ୟାସ ନେବା କହିବା ପରଠୁ ବଡ ମିଛ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ପ୍ରସନ୍ନଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର ।  କହିଛନ୍ତି, ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ । ବାବା ପ୍ରସନ୍ନ ବିଜେଡିରେ ଥିବା ବେଳେ ଦଣ୍ଡଧରି ଦଳର ଦଉଡିକୁ ସମ୍ଭାଳିଥିଲେ । ଯୁଆଡେ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ । ବିଜେଡିରେ ଅସନ୍ତୋଷ କେଉଁଠି ବ ନାହିଁ ବୋଲି କହିଛନ୍ତି ।

Comments are closed.