Latest Odisha News

BREAKING NEWS

ଦେଶବ୍ୟାପୀ ୟୁପିଆଇ ସର୍ଭିସ ଡାଉନ

ନୂଆଦିଲ୍ଲୀ: ସାରା ଦେଶରେ ଶନିବାର ସକାଳେ ୟୁପିଆଇ ସର୍ଭିସ ଡାଉନ ଥିବା ଦେଖାଯାଇଥିଲା। ଯାହାଫଳରେ ୟୁଜର୍ସମାନେ ଡିଜିଟାଲ୍ କାରବାର କରିପାରୁନାହାଁନ୍ତି। ହଠାତ୍ ଏଭଳି ତ୍ରୁଟି ଯୋଗୁଁ ୟୁପିଆଇ ପେମେଣ୍ଟ ପ୍ରଭାବିତ ହୋଇଛି।

ୟୁପିଆଇ ସେବା ପ୍ରଭାବିତ ହେବା ଯୋଗୁଁ ଅନେକ ଉପଭୋକ୍ତା ପେମେଣ୍ଟ କରିପାରିନଥିଲେ। ଯାହା ସାଧାରଣ ଲୋକ ଏବଂ ବ୍ୟବସାୟୀଙ୍କ ଦୈନନ୍ଦିନ କାମକୁ ପ୍ରଭାବିତ କଲା।

ଡାଉନଡିଟେକ୍ଟରର ରିପୋର୍ଟ ଅନୁଯାୟୀ, ୟୁପିଆଇ ସମସ୍ୟା ସହିତ ଜଡିତ ପ୍ରାୟ ୧୧୬୮ ଅଭିଯୋଗ ମିଳିଛି। ଏଥିମଧ୍ୟରୁ Google Pay ଉପଭୋକ୍ତାମାନେ ୯୬ଟି ସମସ୍ୟା ବିଷୟରେ ସୂଚନା ଦେଇଥିଲେ ଏବଂ Paytm ଉପଭୋକ୍ତାମାନେ ୨୩ଟି ସମସ୍ୟା ବିଷୟରେ ସୂଚନା ଦେଇଥିଲେ। ତେବେ ଏହା ଉପରେ ୟୁପିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Comments are closed.