Latest Odisha News

BREAKING NEWS

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବି.ଆର୍. ଗଭାଇ

ନୂଆଦିଲ୍ଲୀ: ଜଷ୍ଟିସ୍ ବି.ଆର୍. ଗଭାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ବି.ଆର. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଗଭାଇ ଭାରତର ୫୨ତମ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି।

ବି.ଆର. ଗଭାଇ ମେ ୧୪ ରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ୬୫ ବର୍ଷ ବୟସରେ ଅବସର ନେବା ପରେ ଜଷ୍ଟିସ୍ ଖାନ୍ନା ନଭେମ୍ବର ୨୦୨୪ରେ ସିଜେଆଇ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ବି.ଆର୍. ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ବାର୍‌ରେ ଯୋଗ ଦେଇଥିଲେ।

ଅପରପକ୍ଷରେ ଜଷ୍ଟିସ୍ ଗଭାଇ ପ୍ରାୟ ଛଅ ମାସ ପାଇଁ ଭାରତର ମୁଖ୍ୟ ବିଚାରପତି ରହିବେ। ଜଷ୍ଟିସ୍ ଗଭାଇ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି।

Comments are closed.