Latest Odisha News

BREAKING NEWS

ବଗିଚାରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

ଅନୁଗୁଳ: ହାତୀ ଆକ୍ରମଣରେ ଅନୁଗୁଳ ଜିଲ୍ଲାରେ ପୁଣି ଜଣଙ୍କର ଜୀବନ ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ କଞ୍ଜା ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ମାରି ଦେଇଛି।

ସୂଚନା ଅନୁସାରେ ଗାଁର ସୋମନାଥ ବେହେରା ନାମକ ଜଣେ ୬୨ ବର୍ଷୀୟ ବୃଦ୍ଧ ଭୋରରେ ଆମ୍ବ ଗୋଟାଇବାକୁ ଗାଁରୁ ୫୦୦ ମିଟର ଦୁରରେ ଥିବା ଆମ୍ବତୋଟାକୁ ଯାଇଥିଲେ। ତେବେ ସେଠାରେ ଆଗରୁ ହାତୀ ଥିବା ଖବର କାହା ପାଖରେ ନଥିଲା। ସୋମନାଥ ଆମ୍ବ ଗୋଟାଉଥିବା ବେଳେ ହଠାତ ହାତୀ ତାଙ୍କୁ ଆକ୍ରମଣ କରିଥିଲା।

ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ଗାଁରେ ଜଣାପଡିବା ପରେ ଗାଁରେ ସାମାନ୍ୟ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। ବନ ବିଭାଗର ଅବହେଳା ପାଇଁ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବା ଅଭିଯୋଗ ହୋଇଛି।

Comments are closed.