Latest Odisha News

BREAKING NEWS

ଟ୍ରାଫିକ୍ ଚାଲାଣରୁ ଧରାପଡ଼ିଲା ସ୍କୁଟି ଚୋର

ଭୁବନେଶ୍ୱର: ଏକ ଚୋରି ସ୍କୁଟିକୁ ୨୪ ଘଣ୍ଟା ମଧ୍ୟରେ ଖୋଜିପାଇଛି ଭୁବନେଶ୍ୱର ପୋଲିସ। ଟ୍ରାଫିକ୍ ଚାଲାଣ କଟିବା ବେଳେ ଚୋରକୁ ଧରିବାରେ ସଫଳତା ପାଇଛି ପୋଲିସ୍।

ସୂଚନା ଅନୁଯାୟୀ, ଏପ୍ରିଲ ୧୫ ତାରିଖ ଦିନ ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଓଲ୍ଡ ଟାଉନ ଅଞ୍ଚଳର ମୁଲ୍ଲାପଡିଆ ରେ ଥବା ପଡିଆକୁ କ୍ରିକେଟ ଖେଳିବା ପାଇଁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଖଳ ସାରି ଫେରିବା ପରେ ଦେଖିଥିଲେ ଯେ ପାର୍କିଂ କରିଥିବା ତାଙ୍କ ଗାଡ଼ି ସେହି ଜାଗାରେ ନଥିଲା।

ବହୁତ ଖୋଜିବା ପରେ ଯେତେବେଳେ ସ୍କୁଟି ମିଳିନଥଲା ସେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଲିଙ୍ଗରାଜ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ତେବେ କିଛି ସମୟ ପରେ ତାଙ୍କ ଫୋନରେ ଓଡ଼ିଶା ମୋଟର ଯାନ ବିଭାଗରୁ ଏକ ମେସେଜ ଆସିଥିଲା ଯେଉଁଥିରେ ହେଲମେଟ୍ ବିନା ଗାଡି ଚାଳନା ପାଇଁ ୧୦୦୦ ଟଙ୍କାର ଟ୍ରାଫିକ୍ ଚାଲାଣ କଟାଯାଇଥିଲା। ଯାହାକି  ପାହାଳ ନିକଟରେ ଥିବା ଏଆଇ କ୍ୟାମେରା ଦ୍ୱାରା ନିଆଯାଇଥିଲା। ଯେଉଁଥିରେ ଚୋରର ଚେହେରା ମଧ୍ୟ ଦେଖାଯାଇଥିଲା।

ଏହାପରେ ସେ ତୁରନ୍ତ ପୋଲିସକୁ ମେସେଜ୍ ଏବଂ ଫଟୋ ଦେଖାଇଥିଲେ ଯାହା ଫଳରେ ପୋଲିସ ଅଭିଯୁକ୍ତକୁ ଆଠଗଡ଼ରୁ ଗିରଫ କରିବା ସହ ଗାଡିକୁ ମଧ୍ୟ ଜବତ କରିଥିଲା। ତେବେ ଗୁରୁବାର ଦିନ ଲିଙ୍ଗରାଜ ଥାନାରେ ଔପଚାରିକତା ପରେ ଗାଡି ମାଲିକଙ୍କୁ ତାଙ୍କ ଗାଡି ହସ୍ତାନ୍ତର କରାଯାଇଛି।

Comments are closed.