ଲସ ଆଞ୍ଜେଲ୍ସ: ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଆମେରିକା ପ୍ରଥମ ଥର ପାଇଁ ପୁରୁଷଙ୍କ ଶୁକ୍ରାଣୁକୁ ନେଇ ଏକ ରେସର ଆୟୋଜିତ କରିବାକୁ ଯାଉଛି । ଲସ ଆଞ୍ଜେଲ୍ସରେ ୨୦ ସେଂଟିମିଟର ଲମ୍ବ ମାଇକ୍ରୋସ୍କୋପିକ ଟ୍ରାକରେ ଏହି ରେସ ଆୟୋଜିତ ହେବ । ଏହାର ସିଧା ପ୍ରସାରଣ ଦର୍ଶକମାନେ ଦେଖିପାରିବେ । ଏହି ଟ୍ରାକର ଶେଷ ପଂଏଟ ମହିଳାଙ୍କ ପ୍ରଜନନ ପ୍ରଣାଳୀ ଶୈଳୀରେ ଡିଜାଇନ କରାଯାଇଛି । ମନୋରଞ୍ଜନ ଅପେକ୍ଷା ପୁରୁଷଙ୍କ ଶରୀରରେ ହ୍ରାସ ପାଉଥିବା ଶୁକ୍ରାଣୁ କ୍ଷମତା ନେଇ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ୫୦ ବର୍ଷ ପୂର୍ବାପେକ୍ଷା ଏବେ ଶୁକ୍ରାଣୁର ହାର ପୁରୁଷଙ୍କ ନିକଟରେ କମିବାରେ ଲାଗିଛି । ଯାହାକି ଏକ ଚିନ୍ତାର କାରଣ । ୪୦୦୦ ଦର୍ଶକଙ୍କ ଉପସ୍ଥିତିରେ ରେସର ଲାଇଭ ମାଇକ୍ରୋସ୍କୋପ ଓ ଏଚଡି କ୍ୟାମେରା ମାଧ୍ୟମରେ କରାଯିବ ।
ଦର୍ଶକ ସେମାନଙ୍କ ପସନ୍ଦ ଶୁକ୍ରାଣୁ ଉପରେ ବାଜି ମଧ୍ୟ ଲଗାଇପାରିବେ । ସ୍ପର୍ମ ରେସିଂର ଆୟୋଜକ ଏରିକ ଝୁଙ୍କ ମତରେ ପ୍ରତିଯୋଗିତା ମାଧ୍ୟମରେ ଆମେ ଏକ ବଡ ବାର୍ତା ଦେବାକୁ ଯାଉଛି । ଏହି ସମସ୍ୟା ଉପରେ ଏବେ ଖୋଲାଖୋଲି ଭାବେ ଆଲୋଚନା କରିବା ସମୟ ଉପନୀତ ହୋଇଛି । ମନୋନୀତ କରାଯାଇଥିବା ୦.୫ ଏମଏମ ଲମ୍ବର ଶୁକ୍ରାଣୁକୁ ରେସ ପାଇଁ ଛଡା ଯିବ । ଶୁକ୍ରାଣୁ ୫ମିଲିମିଟର ପ୍ରତି ଘଂଟା ବେଗରେ ଡିମ୍ବାଣୁ ଅଭିମୁଖେ ଗତି କରିଥାଏ । ୪୦ ମିନିଟର ଏହି ରୋମାଂଚକୁ ନେଇ ସାରା ବିଶ୍ୱରେ ଏବେ ଉତ୍କଣ୍ଠା ଦେଖା ଦେଇଛି ।
Comments are closed.