Latest Odisha News

BREAKING NEWS

ଆଇପିଏଲ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ କି ପ୍ୟାଟ କୁମିନ୍ସ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ଖେଳାଳି ପ୍ୟାଟ କୁମିନ୍ସ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି ଖବର ପ୍ରକାଶ ପାଇଛି । ଅବଶ୍ୟ କୁମିନ୍ସ କିମ୍ବା ହାଇଦ୍ରାବାଦ ଫ୍ରାଂଚାଇଜ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । କୁମିନ୍ସଙ୍କ ପତ୍ନୀ ବେକୀ କୁମିନ୍ସଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଏହି ଆକଳନ କରାଯାଉଛି । ବେକୀ ଓ ପ୍ୟାଟ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି । ଏଥିରେ ଲେଖାଯାଇଛି ଯେ, ଗୁଡବାୟ ଇଣ୍ଡିଆ, ଆମକୁ ଏକ ସୁନ୍ଦର ଦେଶକୁ ଆସିବା ଭଲ ଲାଗିଛି ।

କୁମିନ୍ସ ଯଦି ସତରେ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ତେବେ ଆଇପିଏଲ ନୂତନ ନିୟମ ଅନୁସାରେ ଦଣ୍ଡିତ ହେବେ । ସେ ୨ବର୍ଷ ଧରି ଆଇପିଏଲ ଖେଳିପାରିବେ ନାହିଁ । ଅଧିନାୟକ କୁମିନ୍ସ ୭ ମ୍ୟାଚ ଖେଳି ୬ଟି ଇନିଂସରେ ୬୪ ରନ କରିଥିଲେ । ସେ ୭ଟି ୱିକେଟ ମଧ୍ୟ ନେଇଛନ୍ତି । ଓଭରାଲ ଆଇପିଏଲରେ କୁମିନ୍ସ ୬୫ ମ୍ୟାଚରେ ୭୦ ୱିକେଟ ନେବା ସହ ୫୭୯ ରନ କରିଛନ୍ତି । ଚଳିତ ସଂସ୍କରଣରେ ହାଇଦ୍ରାବାଦର ପ୍ରଦର୍ଶନ ଭଲ ରହି ନାହିଁ । ଦଳ ୭ ଟି ମ୍ୟାଚରେ ମାତ୍ର ୨ଟି ବିଜୟ ହାସଲ କରିଛି ।

Comments are closed.