ଭୁବନେଶ୍ବର:ରାଶି ମାନଙ୍କ ଉପରେ ନ୍ୟାୟର ଦେବତା ଶନିଙ୍କ ଚଳନ ବେଶ ପ୍ରଭାବ ପକାଏ । ଏପଟେ ଗତ ୨୭ ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ୨୮ ଏପ୍ରିଲ ୨୦୨୫ ସକାଳ ୭ଟା୫୨ ମିନିଟରେ ହେବ ଓ ଏହାର ପ୍ରଭାବ ୩ ଅକ୍ଚୋବର ୨୦୨୫ ପର୍ଯ୍ୟନ୍ତ ରହିବ ।
ଯେତେବେଳେ ଶନି ନିଜ ନକ୍ଷତ୍ରରେ ପ୍ରବେଶ କରେ ତାହାର ଗଭୀର ପ୍ରଭାବ ଦେଖିବାକୁ ମିଳିଥାଏ । ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବା ଏକ ଦୁର୍ଲଭ ସଂଯୋଗ ଅଟେ । ଏହି ପରିବର୍ତ୍ତନ ପ୍ରଭାବ କେବଳ ବ୍ୟକ୍ତିଗତ ନୁହେଁ ସାମାଜିକ ଓ ଆର୍ଥିକ, ରାଜନୈତିକ କ୍ଷେତ୍ରରେ ଦେଖିବାକୁ ମିଳେ ।
ତେବେ ଏହି ପ୍ରଭାବ କେଉଁ ରାଶି ଉପରେ ପଡିବ ବିଶେଷ ଭାବରେ ପଡିବ ଆସନ୍ତୁ ଜାଣିବା..
ବୃଷ: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶି ପାଇଁ ବେଶ୍ ଲାଭଦାୟକ ହେବ। ଶନି ଏହି ରାଶିର ଏକାଦଶରେ ରହିବେ । ଏହା ଆୟ ଓ ଲାଭ ସହ ଜଡିତ । ଫଳରେ ଏହି ରାଶିର ବ୍ୟକ୍ତି ବିଶେଷ ଚାକିରିରେ ଥିବା ଚିନ୍ତାରୁ ମୁକ୍ତି ପାଇବେ । ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ । ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ହେବ । ବଡ଼ ଡିଲ କରିବେ । ଲାଭ ମିଳିବ । ଦୀର୍ଘ ସମୟ ଧରି ଅଟକି ଥିବା କାମ ପୂରା ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ଆୟର ନୂଆ ଉପାୟ ବାହାରିବ ।
କୁମ୍ଭ : ଶନିଙ୍କ ଗୋଚର କ୍ୟାରିୟରରେ ବଡ ପରିବର୍ତ୍ତନ ଆସିବ । ବିଦେଶ ଯାତ୍ରା କରିପାରନ୍ତି । ବିଦେଶ ସମ୍ପର୍କରୁ ବେଶ ଲାଭ ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଧିକ ଲାଭ ମିଳିବ । ଘର କିମ୍ବା ଯାନବାହାନ କିଣିବେ । ସ୍ବାସ୍ଥ୍ୟ ବେଶ୍ ଭଲ ରହିବ । ଏହି ରାଶିର ବ୍ୟକ୍ତିଙ୍କ ଆତ୍ମବିଶ୍ବାସ ବଢିବ । ଏହି ରାଶି ପାଇଁ ସମୟ ବହୁତ ଭଲ ରହିବ ।
ମିଥୁନ: ମିଥୁନ ରାଶି ବ୍ୟକ୍ତିବିଶେଷଙ୍କୁ ଏହି ଗୋଚର ଶୁଭ ଫଳ ପ୍ରଦାନ କରିବ । କ୍ୟାରିୟର ଭଲ ରହିବ । ଯେଉଁ କ୍ଷେତ୍ରରେ କାମ କରୁଛନ୍ତି ଲାଭ ମିଳିବ । ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିପାରେ । ଜବ୍ ରେ ପ୍ରୋମୋସନ ହେବାର ସମ୍ଭାବନା ରହିଛି । ଅଧା ରହିଥିବା କାମ ପୂରା ହେବ ।
Comments are closed.