Latest Odisha News

BREAKING NEWS

ପେଣ୍ଟାଗ୍ରାଫ୍ ଅଚଳ; ଅଟକିଲା ୨ଟି ଟ୍ରେନ୍

ରାୟଗଡା: ପେଣ୍ଟାଗ୍ରାଫ୍ ଅଚଳ ଯୋଗୁଁ ଅଟକିଲା ୨ଟି ଟ୍ରେନ୍ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଲେଲିଗୁମା ଷ୍ଟେସନ୍‌ ନିକଟରେ ଅଟକି ରହିଛି ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍ । ରାଉରକେଲାରୁ ଜଗଦଳପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସର ଇଞ୍ଜିନର ପେଣ୍ଟୋଗ୍ରାଫ୍ ଲେଲିଗୁମା ରାଉଳି ନିକଟରେ ଅଚଳ ହୋଇଛି ।

ଆଜି ଭୋରରୁ ଏପରି ହୋଇଥିବା ଜଣାପଡିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମା ଠାରେ ଅଟକିଛି । ତେବେ ଦୀର୍ଘ ସମୟ ଧରି ଟ୍ରେନ୍ ଅକଟି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ଲାଇନ ସହ ଟ୍ରେନ୍ କୁ ସଂଯୋଗ କରିଥାଏ ପେଣ୍ଟୋଗ୍ରାଫ୍ ।

Comments are closed.