Latest Odisha News

BREAKING NEWS

ସଜ୍ଞାହୀନ ଅବସ୍ଥାରେ ୭ ବର୍ଷର ଶିଶୁ ଉଦ୍ଧାର; ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ୭ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ତାଳ ବରଡ଼ା ପତ୍ର ତଳେ ସଜ୍ଞାହୀନ ଅବସ୍ଥାରେ ଲୁଚାଇ ଦୁର୍ବୃତ୍ତ ମାରିଲେ ଚମ୍ପଟ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଘଟିଥିବା ଏପରି ଲଜ୍ଜାଜନକ ଘଟଣାକୁ ନେଇ ବେଶ୍ ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ଘର ଆଗରେ ଖେଳୁଥିଲେ । ଏହି ସମୟରେ ନିକଟରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଘରୁ କିଛି ବାହାର ଅଞ୍ଚଳର ଲୋକ ମଦ ପିଇ ବାହାରିଥିଲେ । ପିଲାଟିକୁ କିଛି ସମୟ ପରେ ଖେଳୁଥିବା ସ୍ଥାନରେ ପରିବାର ଲୋକ ନପାଇ ଖୋଜାଖୋଜି କରିଥିଲେ । ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳବରଡା ପତ୍ର ଘୋଡା ଅବସ୍ଥାରେ ଠାବ କରିଥିଲେ ।

ଉକ୍ତ ବାହାର ଅଞ୍ଚଳର ଦୁର୍ବୃତ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ହିନ୍ଦୋଳ ପୋଲିସ୍ SDPO ଏବଂ ସାଇଣ୍ଟିଫିକ୍ ଟିମ୍ ସନ୍ଧନୀ କୁକୁର ଧାରୀ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.