ସମ୍ବଲପୁର: ଓଡ଼ିଶା ଇତିହାସରେ ପ୍ରଥମଥର ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅନୁଷ୍ଠିତ ହୋଇଛି। ପଶ୍ଚିମ ଓଡିଶାରେ ହୋଇଛି ଜନ ଶୁଣାସି। ସମ୍ବଲପୁରରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଅନ୍ଲାଇନ ଓ ଅଫ୍ଲାଇନକୁ ମିଶାଇ ପ୍ରାୟ ୨୪୦୦ ଅଭିଯୋଗ ପଞ୍ଜୀକରଣ ସହ ଶୁଣାଣି ହୋଇଛି। ପ୍ରାୟ ୬ହଜାରରୁ ଅଧିକ ଲୋକ ନିଜ ଅଭିଯୋଗ ଜଣାଇଥିଲେ।
ଏହି ଅବସରରର ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ୧୮ଜଣ ଦୁରାରୋଗ୍ୟ ପୀଡ଼ିତଙ୍କୁ ୧୯.୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ୧୧ ଜଣ ମନ୍ତ୍ରୀ, ବହୁ ବରିଷ୍ଠ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ଆମ ସରକାର ସଂକଳ୍ପପତ୍ରରେ ଯାହା ପ୍ରତିଶ୍ରୁତି ଦେଇଥିଲା ଗତ ୧୦ମାସ ମଧ୍ୟରେ ସେଥିରୁ ଅଧିକାଂଶ ପୂରଣ କରିଛି। ଆଗାମୀ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଏଭଳି ଅଭିଯୋଗ ଶୁଣାଣି ଆୟୋଜିତ ହେବ। ପ୍ରକୃତ ପକ୍ଷେ ‘ଅରକ୍ଷିତକୁ ଆମ ସରକାର ସାହା’ ବୋଲି ଏହି ଜନଶୁଣାଣି ପ୍ରମାଣିତ କରିଥିବା ମାଝୀ କହିଛନ୍ତି। ଗତ ୯ଟି ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ହୋଇଥିବା ୯୩୭୭ ଅଭିଯୋଗ ମଧ୍ୟରୁ ୮୮% ଅଭିଯୋଗର ସମାଧାନ ହୋଇସାରିଛି।
Comments are closed.