ରାୟଗଡା: ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ। ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ କିଛି ବ୍ୟକ୍ତି। ପଦ୍ମପୁର ହାଟପଦା ସାହିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଆଧୁନିକ ସମାଜରେ ଅନ୍ଧବିଶ୍ବାସର ଛିଟା ପଡିଛି। ଗୁଣିଗାରେଡ଼ି ସନ୍ଦେହରେ ଗଲା ଆଉ ଏକ ଜୀବନ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ହାଟ ପଦା ସାହିରେ।
ସଂଘବଦ୍ଧ ଆକ୍ରମଣରେ ଭୈରବ ସାହୁଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳକୁ ଯାଇଥିବା ପଦ୍ମପୁର ଆଇଆଇସିଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ତେବେ ଏହି ଘଟଣାରେ ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସର ଖୋଳତାଡ଼ ଆରମ୍ଭ ହୋଇଛି।
ସୂଚନା ଅନୁସାରେ ୨ ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେବେ ଉକ୍ତ ବ୍ୟକ୍ତିଙ୍କୁ ଗୁଣି କରି ମାରି ଦିଆଯାଇଥିବା ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ହୋଇଛି।
Comments are closed.