Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ମୃତ; ଜାଣନ୍ତୁ କିଏ କେଉଁ ସ୍ଥାନର…

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇପଡିଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲା ବେଳେ କିଛି ଆହତ ମଧ୍ୟ ହୋଇଥିଲେ।

 

ଆତଙ୍କବାଦୀ ଆକ୍ରମଣ ପରେ ସେନା ପହଲଗାମ ଏବଂ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି।

ତେବେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ସାଉଦି ଆରବ ଗସ୍ତ ଅଧାରୁ ଛାଡି ଫେରି ଆସିଥିଲେ। ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା ସହ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସହିତ ଏକ ବୈଠକ ମଧ୍ୟ କରିଥିଲେ।

ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ର (୬), ପଶ୍ଚିମବଙ୍ଗ (୨), ଉତ୍ତରାଖଣ୍ଡ (୧), ହରିୟାଣା (୧), ଉତ୍ତର ପ୍ରଦେଶ (୧), ବିହାର (୧), ପଞ୍ଜାବ (୧), କେରଳ (୧), ଗୁଜରାଟ (୩), କର୍ଣ୍ଣାଟକ (୩), ଓଡ଼ିଶା (୧), ଆନ୍ଧ୍ର ପ୍ରଦେଶ (୧), ମଧ୍ୟପ୍ରଦେଶ (୧) ଏବଂ ଅରୁଣାଚଳ ପ୍ରଦେଶ (୧) ସମେତ ବିଭିନ୍ନ ରାଜ୍ୟର ଲୋକ ଅଛନ୍ତି। ଏହା ସହିତ ଆକ୍ରମଣରେ ନେପାଳର ଜଣେ ପର୍ଯ୍ୟଟକ ଏବଂ ପହଲଗାମର ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି।

Comments are closed.