Latest Odisha News

BREAKING NEWS

ପହଲଗାମ ଆକ୍ରମଣକୁ ନେଇ ଏମିତି କହିଲେ ଅଜମେର ସରିଫର ଦିୱାନ..

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ, ଅଜମେର ସରିଫ ଦରଘା ଦିୱାନର ଉତ୍ତରାଧିକାରୀ ସୟଦ ନାସିରୁଦ୍ଦିନ ଚିସ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ମତ ରଖିଛନ୍ତି । ସେ କହିଛନ୍ତି ଯେ, ଧର୍ମ ବିଷୟରେ ପଚାରି ଆତଙ୍କବାଦୀ ଆକ୍ରମଣ କରିବା ଏକ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ। ଏପରି ଆତଙ୍କବାଦୀଙ୍କୁ ନିପାତ କରିବାର ସମୟ ଆସିଛି ଏବଂ ସେମାନଙ୍କୁ ଉଚିତ ଶିକ୍ଷା ଦିଆଯିବା ଉଚିତ।

ସେ କହିଛନ୍ତି ଯେ ଭାରତ ସରକାର ଏହି ସମ୍ପୂର୍ଣ୍ଣ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଆତଙ୍କବାଦୀଙ୍କୁ ମୂଳପୋଛ କରିବାର ସମୟ ଆସିଛି। ଏହି ଆକ୍ରମଣରେ ମାନବତା ଲଜ୍ଜିତ ହୋଇଛି। ଏହି ଆତଙ୍କବାଦୀମାନେ ପଶୁଠାରୁ ମଧ୍ୟ ନ୍ୟୁନ। ଆତଙ୍କବାଦୀମାନଙ୍କୁ ସେମାନଙ୍କ ଭାଷାରେ ଉତ୍ତର ଦିଆଯିବା ଉଚିତ। ସେ କହିଛନ୍ତି ଯେ କାଶ୍ମୀରର ଶାନ୍ତି ନଷ୍ଟ କରିବାକୁ ଆତଙ୍କବାଦୀ ପ୍ରୟାସ କରିଛନ୍ତି, ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ଦଣ୍ଡ ଦେବା ଜରୁରୀ ।

ସୟଦ ନାସିରୁଦ୍ଦିନ ଚିସ୍ତି ଦରଘା ଦିୱାନର ଉତ୍ତରାଧିକାରୀ ତଥା ଅଲ ଇଣ୍ଡିଆ ସୁଫି ସାଜଜାଦନାଶିନ ପରିଷଦର ଚେୟାରମ୍ୟାନ୍ ଅଟନ୍ତି।

ସୂଚନାଥାଉକି, ଗତକାଲି(ମଙ୍ଗଳବାର)ଅନନ୍ତନାଗ ପର୍ଯ୍ୟଟନସ୍ଥଳୀ ପହଲଗାମରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଆଖିବୁଜା ଗୁଳିମାଡରେ ୨୬ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ପୁଲୱାମା ପରେ ପହଲଗାମରେ ବଡ଼ଧରଣର ଆତଙ୍କୀ ଆକ୍ରମଣ ହୋଇଛି ।

Comments are closed.