ବାଲେଶ୍ବର: ଜନ୍ମମାଟିରେ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ। ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ଗତକାଲି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ବିମାନବନ୍ଦରରେ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ଉପସ୍ଥିତ ଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାରା ଗାଁ ଶୋକରେ ବୁଡିଛି, ଆଉ ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶେଷ ଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ କିଛି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶେଷ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ନିଜେ ଭାବବିହ୍ୱଳ ହୋଇପଡିଥିଲେ ।
ମୁଖ୍ୟମନ୍ତ୍ରୀ ଏଭଳି ବର୍ବର କାଣ୍ଡକୁ କଡା ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି କି, ପ୍ରଶାନ୍ତଙ୍କ ପତ୍ନୀଙ୍କ ପାଇଁ ସରକାରୀ ଚାକିରିର ବ୍ୟବସ୍ଥା କରାଯିବ। ତେବେ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ ପ୍ରତାପ ଷଡଙ୍ଗୀ। ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ରଶାନ୍ତ। ମୃତଦେହ ପହଞ୍ଚିବା ପରେ ବାଲେଶ୍ବର ଜିଲ୍ଲାର ରେମୁଣା ଇଷାଣୀ ଗାଁରେ ଶୋକର ଛାୟା ଖେଳି ଯାଇଛି।
କନକ ବର୍ଦ୍ଧନ କହିଛନ୍ତି, ପହଲଗାମ ଗୁଳିକାଣ୍ଡ ଭୀରୁତା। ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ। ଅନ୍ୟପଟେ ଗତକାଲି ପ୍ରଶାନ୍ତଙ୍କ ଗାଁରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା।
ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ମର ଶରୀର ବୁଧବାର ରାତି ୧୨.୩୦ ମିନିଟ୍ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲା। ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜ ମଧ୍ୟ ତାଙ୍କ ସହ ଫେରିଛନ୍ତି। ଗତକାଲି ସ୍ୱତନ୍ତ୍ର ବିମାନରେ ଦିନ ୨. ୩୫ ମିନିଟରେ ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ନୂଆଦିଲ୍ଲୀରୁ ପୁଣି ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ଭୁବନେଶ୍ୱର ଆସିଛି। ମରଶରୀର ସହ ଶ୍ରୀନଗର ଯାଇଥିବା ପ୍ରଶାନ୍ତଙ୍କ ସାନ ଭାଇ ବସନ୍ତ ଶତପଥୀ, ଦିଲ୍ଲୀରେ ରହୁଥିବା ଭଉଣୀ ଶ୍ରାବଣୀ ଶତପଥୀ ଓ ଭିଣୋଇ ମନୋରଞ୍ଜନ ମହାନ୍ତି ଓଡ଼ିଶା ଆସିଛନ୍ତି ।
Comments are closed.